ବିବାଦୀୟ ବିଜ୍ଞାପନ ନେଇ ପତଞ୍ଜଳିକୁ ଦିଲ୍ଲୀ ହାଇକୋର୍ଟଙ୍କ ସମାଲୋଚନା

ବିବାଦୀୟ-ବିଜ୍ଞାପନ-ନେଇ-ପତଞ୍ଜଳିକୁ-ଦିଲ୍ଲୀ-ହାଇକୋର୍ଟଙ୍କ-ସମାଲୋଚନା

ବିବାଦୀୟ ବିଜ୍ଞାପନ ନେଇ ପତଞ୍ଜଳିକୁ ଦିଲ୍ଲୀ ହାଇକୋର୍ଟଙ୍କ ସମାଲୋଚନା

Published By: Avinash – Prameya-News7 Bureau | November 06, 2025 09:46 PM

NEWS7

 high court raps patanjali over dhokha chyawanprash ad
indiatoday

ନୂଆଦିଲ୍ଲୀ: ପତଞ୍ଜଳି ପିଛା ଛାଡ଼ୁନି ବିବାଦୀୟ ବିଜ୍ଞାପନ। ପ୍ରଥମେ ସୁପ୍ରିମକୋର୍ଟ, ଏବେ ହାଇକୋର୍ଟ ବିବାଦୀୟ ବିଜ୍ଞାପନ ପାଇଁ ରାମଦେବ ବାବାଙ୍କ ପତଞ୍ଜଳି କମ୍ପାନୀକୁ ସମାଲୋଚନା କରିଛନ୍ତି। ଏଥର ଚ୍ୟାବନପ୍ରସ ବିଜ୍ଞାପନକୁ ନେଇ ଗୁରୁବାର ଦିଲ୍ଲୀ ହାଇକୋର୍ଟ କମ୍ପାନୀ ଉପରେ କଡ଼ା ଟିପ୍ପଣୀ କରିଛନ୍ତି। ଅନ୍ୟ କମ୍ପାନୀର ଚ୍ୟାବନପ୍ରସକୁ ଆପଣ କିଭଳି ଧୋକା ଭାବେ ଦର୍ଶାଇପାରିବେ? ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଆପଣଙ୍କ ଭାଷାରେ ଅନ୍ୟ କମ୍ପାନୀମାନେ ଠକେଇ କରୁଛନ୍ତି ବୋଲି ଦିଲ୍ଲୀ ହାଇକୋର୍ଟ ପତଞ୍ଜଳିକୁ ପ୍ରଶ୍ନ କରିଛନ୍ତି।
ଏନେଇ ଜଷ୍ଟିସ୍ ତେଜସ୍ କାରିଆଙ୍କ ଖଣ୍ଡପୀଠ କହିଛନ୍ତି ଯେ ତୁଳନାତ୍ମକ ବିଜ୍ଞାପନ ଅନୁମତିପ୍ରାପ୍ତ ହୋଇଥିଲେ ମଧ୍ୟ, ଏହି ପ୍ରକ୍ରିୟାରେ କୌଣସି ବ୍ରାଣ୍ଡ୍ ଅନ୍ୟମାନଙ୍କୁ ଅପମାନିତ କରିପାରିବ ନାହିଁ। “ଆପଣ ଦାବି କରିପାରିବେ ଯେ ଆପଣ ସର୍ବୋତ୍ତମ, କିନ୍ତୁ ଆପଣ ଅନ୍ୟମାନଙ୍କୁ ‘ଧୋଖା’ କହିପାରିବେ ନାହିଁ, ଯାହାର ଇଂରାଜୀରେ ଅର୍ଥ ଠକେଇ ଏବଂ ପ୍ରତାରଣା ହେବ।” ପତଞ୍ଜଳି ଅନ୍ୟ ଏକ ଶବ୍ଦ ବ୍ୟବହାର କରିବା ବିଷୟରେ ବିଚାର କରିବା ଉଚିତ ବୋଲି ଜଷ୍ଟିସ୍ କାରିଆ କହିଛନ୍ତି।
“୫୧ ଔଷଧି। ଗୋଟିଏ ସତ୍ୟ। ପତଞ୍ଜଳି ଚ୍ୟାବନପ୍ରାଶ!” ଶୀର୍ଷକ ପତଞ୍ଜଳିର ଏଭଳି ଅନ୍ୟକୁ ବଦନାମକଲା ଭଳି ବିଜ୍ଞାପନ ବିରୁଦ୍ଧରେ ଅଭିଯୋଗ କରିଛି ଡାବର ଇଣ୍ଡିଆ କମ୍ପାନୀ। ଏହି ବିଜ୍ଞାପନ ଉପରେ ମଧ୍ୟବର୍ତ୍ତୀକାଳୀନ ରହିତାଦେଶ ଲଗାଇବା ପାଇଁ ଡାବର ଇଣ୍ଡିଆ କୋର୍ଟରେ ଆବେଦନ କରିଛି। ମାମଲାରେ  କୋର୍ଟ ତାଙ୍କର ଆଦେଶ ସଂରକ୍ଷିତ ରଖିଛନ୍ତି।
ବିଜ୍ଞାପନରେ ରାମଦେବ ବାବା କହୁଛନ୍ତି ଚ୍ୟାବନପ୍ରସ ନାଁରେ ଅଧିକାଂଶ ଲୋକ ଧୋକା ଖାଉଛନ୍ତି। ଅସିଲ ଚ୍ୟାବନପ୍ରସ ଖାଇବାର ଅଛି ତ ପତଞ୍ଜଳି ଚ୍ୟାବନପ୍ରସ ଖାନ୍ତୁ। ଯାହାକୁ ନେଇ ଡାବର ମାନହାନୀ ଅଭିଯୋଗ କରିଛି।
ଏହା ପୂର୍ବରୁ ଜୁଲାଇ ମାସରେ, ହାଇକୋର୍ଟର ଅନ୍ୟ ଏକ ଜଣିକିଆ ଖଣ୍ଡପୀଠ ପତଞ୍ଜଳି ବିଜ୍ଞାପନର ପ୍ରଥମ ଦୁଇଟି ଧାଡିକୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯେଉଁଥିରେ କୁହାଯାଇଥିଲା “୪୦ ଟି ଔଷଧିରେ ତିଆରି ସାଧାରଣ ଚ୍ୟାବନପ୍ରାଶ ପାଇଁ କାହିଁକି ସନ୍ତୁଷ୍ଟ ହେଉଛନ୍ତି?” ​​ସେହି ଆଦେଶକୁ ପରେ ଏକ ଡିଭିଜନ ବେଞ୍ଚ ଦ୍ୱାରା ସମର୍ଥନ କରାଯାଇଥିଲା, ଯାହା ପତଞ୍ଜଳିଙ୍କୁ “ଆପତ୍ତିଜନକ ଅଂଶ” ହଟାଇବାକୁ ନିର୍ଦ୍ଦେଶ ଦେଇଥିଲା। ଏହାପରେ ଆଉ ଏକ ଜଣିକିଆ ଖଣ୍ଡପୀଠ ବି ସମାନ ଲାଇନ୍‌କୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ।

Scroll to Top