ବିପୁଳ ପରିମାଣର ବେଆଇନ ବାଣ ଜବତ, ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବା ନେଇ ଅନୁମାନ

ବିପୁଳ-ପରିମାଣର-ବେଆଇନ-ବାଣ-ଜବତ,-ମୂଲ୍ୟ-୫୦-ଲକ୍ଷ-ଟଙ୍କାରୁ-ଅଧିକ-ହେବା-ନେଇ-ଅନୁମାନ

ବିପୁଳ ପରିମାଣର ବେଆଇନ ବାଣ ଜବତ, ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବା ନେଇ ଅନୁମାନ

Published By: Chikun – Prameya-News7 Bureau | October 14, 2025 08:20 PM

NEWS7

Huge quantity of illegal fire crackers seized by Paralakhemundi Police

ଗଜପତି: ଚାଲିଥିଲା ବେଆଇନ ବାଣ ବିକ୍ରି। ଚଢ଼ଉ କରି ଜବତ କଲା ପୋଲିସ। ମଙ୍ଗଳବାର ପାରଳାଖେମୁଣ୍ଡି ପୋଲିସ ସହରର ରେଲି ସାହିରେ ବେଆଇନ ବାଣ ବିକ୍ରି ଅଭିଯୋଗରେ ଚଢ଼ଉ କରିଛି। ଏହି ଚଢ଼ଉରେ ଦୁଇଟି ଦୋକାନର ଗୋଦାମରୁ ପ୍ରାୟ ୫୦ଲକ୍ଷ ଟଙ୍କାର ବାଣ ଜବତ କରିଛି।

ତେବେ ଘଟଣାରେ ବର୍ତ୍ତମାନ ସୁଦ୍ଧା କାହାରିକୁ ଗିରଫ କରାଯାଇନଥିଲେବି ପୋଲିସ ଏହି ଦୁଇ ଦୋକାନ ଏବଂ ଗୋଦାମରେ ମହଜୁଦ ଥିବା ବାଣର ପରିମାଣ ଆକଳନ କରୁଛି। ଏହି ବେଆଇନ ବାଣ କାରବାରରେ ଯେଉଁମାନେ ସଂଶ୍ଲିଷ୍ଟ ଅଛନ୍ତି ସେମାନଙ୍କ ବିରୋଧରେ ମାମଲା ରୁଜୁ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଏସପି ଜତୀନ୍ଦ୍ର କୁମାର ପଣ୍ଡା ।

Scroll to Top