ବିଧାନସଭା ମୌସୁମୀ ଅଧିବେଶନ, ୪ର୍ଥ ଦିନରେ ସରଗରମ ରହିପାରେ ଗୃହ

ବିଧାନସଭା-ମୌସୁମୀ-ଅଧିବେଶନ,-୪ର୍ଥ-ଦିନରେ-ସରଗରମ-ରହିପାରେ-ଗୃହ

ଭୁବନେଶ୍ୱର ୨୨।୦୯ : ବିଧାନସଭା ମୌସୁମୀ ଅଧିବେଶନ । ଆଜି ଚତୁର୍ଥ ଦିନ ସରଗରମ ରହିପାରେ ବିଧାନସଭା ଗୃହ କାର୍ଯ୍ୟ ସ୍ଵାଭାବିକ ଭାବେ ଚାଲିବ କି ନାହିଁ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି

ରାଜ୍ୟରେ ସାର ଅଭାବ ପ୍ରସଙ୍ଗକୁ ନେଇ ମୁଖ୍ୟ ବିରୋଧୀ ବିଜେଡି ଜୋରଦାର ପ୍ରତିବାଦ ଜାରି ରଖିଛି ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତାକୁ ସଂକୋଚିତ କରି ଅଫିସର ମାନଙ୍କ କ୍ଷମତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ଗଣତନ୍ତ୍ର ବ୍ୟବସ୍ଥାକୁ ବିଜେପି ସରକାରଙ୍କ ଏପରି ନିଷ୍ପତ୍ତି ହତ୍ୟା କରିଥିବାରୁ ଏହାକୁ ବିରୋଧ କରି ଗୃହରେ ବିଜେଡି ଶାସକ ଦଳକୁ ଘେରିବ ତୁରନ୍ତ ରାଜ୍ୟ ସରକାର ଏହି ନିଷ୍ପତ୍ତିର ପୂନର୍ବିଚାର କରିବାକୁ ଦଳ ଦାବି କରିବ ସେପଟେ ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରିବାକୁ ଗୃହରେ ଦାବି ଦୋହରାଇବ କଂଗ୍ରେସ ଯାହାକୁ ନେଇ ଗୃହ ବେଶ ସରଗରମ୍ ହୋଇପାରେ ସେହିପରି ଆଜି ସାଧାରଣ ପ୍ରଶାସନ, ଅର୍ଥ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଏବଂ ଇଲୋକ୍ଟ୍ରୋନିକ ଓ ସୂଚନା ପ୍ରଯୁକ୍ତି ଓ ସଂସଦୀୟ ବ୍ୟାପାର ବିଭାଗର ପ୍ରଶ୍ନକାଳ ରହିଛି

Scroll to Top