ବିଧାନସଭା ଭିତରେ ବିତର୍କ ହେଉ, ଅବସ୍ଥାରେ ସୁଧାର ଆସିବ- ଅରୁଣ ସାହୁ

ବିଧାନସଭା-ଭିତରେ-ବିତର୍କ-ହେଉ,-ଅବସ୍ଥାରେ-ସୁଧାର-ଆସିବ-ଅରୁଣ-ସାହୁ

ଭୁବନେଶ୍ୱର ୨୫।୦୯ : ଅସନ୍ତୋଷ ଅରୁଣ ସାହୁ । ବିଧାନସଭା ଭିତରେ ବିଜେଡି ବିଧାୟକ ଦଳ ନେଇଥିବା କିଛି ନିଷ୍ପତ୍ତିକୁ ନେଇ ପରୋକ୍ଷରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଧାୟକ ଅରୁଣ ସାହୁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦଳୀୟ ନିଷ୍ପତ୍ତିର ଶୃଙ୍ଖଳା ଭିତରେ ଆମେ ଅଛୁ। ଯେତେବେଳେ ଦଳ ଯାହା ନିଷ୍ପତ୍ତି ନେବ ତାକୁ ଆମେ ମାନି ନେବୁ। ଦଳର ନିଷ୍ପତ୍ତି ଆମ ପାଇଁ ସବୁଠାରୁ ଉର୍ଦ୍ଧ୍ବରେ। ତେଣୁ ବ୍ୟକ୍ତିଗତ ଇଚ୍ଛା ସେଠି ବଳି ଦିଆଯାଏ। ସମସ୍ତ ପ୍ରସଙ୍ଗ ବିଧାନସଭାରେ ଆଲୋଚନା ହେଉ । ସରକାର ଆଲୋଚନା ପାଇଁ ପ୍ରସ୍ତୁତ ରୁହନ୍ତୁ ଆଉ ବିରୋଧୀ ଦଳ ମଧ୍ୟ ଭାଗ ନେବା ପାଇଁ ପ୍ରସ୍ତୁତ ରୁହନ୍ତୁ। ବିଧାନସଭାର ଆଲୋଚନା କରିବା ପାଇଁ ଜନ ସାଧାରଣ ଉଭୟଙ୍କ ଉପରେ ଚାପ ସୃଷ୍ଟି କରିବା ଦରକାର । ଆଲୋଚନା କାହିଁକି ବିଧାନସଭାରେ ହୋଇପାରୁନାହିଁ। ସେଥିପାଇଁ ବିତର୍କର ଆବଶ୍ୟକତା ରହିଛି। ମୁଁ ବ୍ୟକ୍ତିଗତ ଭାବେ କହିବି ବିଧାନସଭା ଭିତରେ ବିତର୍କ ହେଉ ନହେଲେ ଅବସ୍ଥାର ସୁଧାର ଆସିବ ନାହିଁ।

​​​​​​​

Scroll to Top