ବିଗୁଡୁଛି ସ୍ୱାସ୍ଥ୍ୟବସ୍ଥା, ଏୟାରଲିଫ୍ଟ ହୋଇପାରନ୍ତି ହ୍ୟୁମାନ ସାଗର !
Published By: Kirti – Prameya-News7 Bureau | November 16, 2025 11:06 AM
NEWS7
ଭୁବନେଶ୍ୱର ୧୬।୧୧ : ବିଗୁଡୁଛି ହ୍ୟୁମାନ ସାଗରଙ୍କ ସ୍ୱାସ୍ଥ୍ୟବସ୍ଥା। ଏୟାରଲିଫ୍ଟ ହୋଇପାରନ୍ତି ହ୍ୟୁମାନ ସାଗର। ବର୍ତ୍ତମାନ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଏପର୍ଯ୍ୟନ୍ତ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥାରେ ସେତେଟା ସୁଧାର ଆସିନାହିଁ । ଆଗାମୀ କିଛି ଘଣ୍ଟା ଯାଏ ତାଙ୍କୁ ଅବଜରଭେସନରେ ରଖାଯାଇଛି ।
ଖବର ଅନୁଯାୟୀ, ହ୍ୟୁମାନ ସାଗରଙ୍କ ଲିଭର୍ ଖରାପ ଥିବା ବେଳେ, କିଡନି ଗୁରୁତର ଭାବେ ପ୍ରଭାବିତ ହୋଇଛି । ସେ କିଛି ସପ୍ତାହ ହେଲା କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଶୁକ୍ରବାର ଦିନ ଏମ୍ସ ସ୍ଥାନାନ୍ତର କରାଯାଇଛି । ଗତ ୨୪ ଘଣ୍ଟାରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ଆସିନାହିଁ । ଆଗାମୀ ୭୨ ଘଣ୍ଟା ହ୍ୟୁମାନଙ୍କ ପାଇଁ ଅତି ଗୁରୁତ୍ଵପୂର୍ଣ୍ଣ ବୋଲି ଡାକ୍ତର କହିଛନ୍ତି । ସେପଟେ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏମ୍ସ ଡାକ୍ତରଙ୍କ ସହ ହ୍ୟୁମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ଆଗକୁ ଯଦି ଆବଶ୍ୟକ ପଡେ, ତେବେ ହ୍ୟୁମାନ ସାଗରଙ୍କୁ ଏୟାରଲିଫ୍ଟ କରାଯାଇପାରେ ବୋଲି ସୂଚନା ମିଳୁଛି ।




