ବିକ୍ରମ ପଣ୍ଡା ଅସୁସ୍ଥ, ମେଡିକାଲ ଯିବା ରାସ୍ତାରେ କହିଲେ- ମୁଁ ନିର୍ଦ୍ଦୋଷ, ମୋତେ ନ୍ୟାୟ ମିଳିବ

ବିକ୍ରମ-ପଣ୍ଡା-ଅସୁସ୍ଥ,-ମେଡିକାଲ-ଯିବା-ରାସ୍ତାରେ-କହିଲେ-ମୁଁ-ନିର୍ଦ୍ଦୋଷ,-ମୋତେ-ନ୍ୟାୟ-ମିଳିବ

ବିକ୍ରମ ପଣ୍ଡା ଅସୁସ୍ଥ, ମେଡିକାଲ ଯିବା ରାସ୍ତାରେ କହିଲେ- ମୁଁ ନିର୍ଦ୍ଦୋଷ, ମୋତେ ନ୍ୟାୟ ମିଳିବ

Published By: Kirti – Prameya-News7 Bureau | February 08, 2026 11:55 AM

NEWS7

bikram

ବ୍ରହ୍ମପୁର ୦୮।୦୨ : ବିକ୍ରମ ପଣ୍ଡା । ବ୍ରହ୍ମପୁରରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଅସୁସ୍ଥ ହୋଇଛନ୍ତି । ଗୁରୁତର ଅବସ୍ଥାରେ ଚିକିତ୍ସା ଲାଗି କଡ଼ା ସୁରକ୍ଷାରେ MKCG ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରଥମେ ସର୍ଜରୀ ପରେ ଦନ୍ତ ଓପିଡିକୁ ଯାଇ ଡାକ୍ତରକୁ ଦେଖେଇଥିଲେ । ହେଲେ ଏହି ସମୟରେ ହଠାତ୍ ସେ ଗୁରୁତର ହୋଇପଡିଥିଲେ ।

ଖବର ଅନୁଯାୟୀ, ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ୧୪ ଜଣ ଗିରଫ ହୋଇଥିଲେ । ଏଥିରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଥିଲେ । ତେବେ ଦୀର୍ଘ ଦିନ ଧରି ଜେଲ୍‌ରେ ରହିବା ପରେ ହଠାତ୍‌ ବିକ୍ରମ ପଣ୍ଡା ଅସୁସ୍ଥ ହୋଇପଡିଥିଲେ । ଏହାପରେ ତାଙ୍କୁ ଚିକିତ୍ସା ଲାଗି ବ୍ରହ୍ମପୁର ଏମକେସିଜି ମେଡିକାଲକୁ ନିଆଯାଇଥିଲା । ଏହି ସମୟରେ ବିସ୍ଫୋରକ ବୟାନ ଦେଇଛନ୍ତି ବିକ୍ରମ ପଣ୍ଡା । ସେ କହିଛନ୍ତି ଯେ, ମୋତ ଫସାଇ ଦିଆଯାଇଛି । ମୁଁ ନିର୍ଦ୍ଦୋଶ । ମୋତେ ରାଜନୈତିକ ଉଦ୍ଦେଶ୍ୟ ରଖି ଫଶାଯାଇଛି । ନ୍ୟାୟିକ ବ୍ୟବସ୍ଥା ଉପରେ ମୋର ପୁରା ଭରସା ରହିଛି । ତେଣୁ ମୋତେ ନ୍ୟାୟ ମିଳିବ । ଜଗନ୍ନାଥ ମୋ ସହ ଅଛନ୍ତି, ମୋତେ ନ୍ୟାୟ ମିଳିବ ।

Scroll to Top