ବ୍ରହ୍ମପୁର ୭।୧୧: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣାରେ ତାଙ୍କ ପରିବାର ପରିବାର ପକ୍ଷରୁ ଦାଖଲ ହୋଇଥିବା ମାମଲା ସପକ୍ଷରେ ୨୦୯ ଓକିଲ ଦାଖଲ କଲେ ଓ୍ବକାଲତନାମା । ପୂର୍ବରୁ ବିକ୍ରମଙ୍କ ସପକ୍ଷରେ ୪୪ରୁ ଉର୍ଦ୍ଧ୍ବ ଓକିଲ ଓ୍ବକାଲତନାମା ଦାଖଲ କରିଥିଲେ । ଗତକାଲି ବିକ୍ରମଙ୍କ ଓକିଲ ଏକ ପିଟିସନ ବ୍ରହ୍ମପୁର ଏସଡିଜେଏମଙ୍କ କୋର୍ଟରେ ଦାଖଲ କରିଥିଲେ । ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମଙ୍କ ସପକ୍ଷରେ ଏକ ପିଟିସନ ଏସଡିଜେଏମଙ୍କ କୋର୍ଟରେ ଦାଖଲ କରିଥିଲେ । ଆଜି ତାଙ୍କ ବିପକ୍ଷରେ ୨୦୯ ଓକିଲ ଓ୍ବକାଲତନାମା ଦାଖଲ କରିଛନ୍ତି । ସରକାରୀ ଓକିଲଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସିଲେ ଶତାଧିକ ଓକିଲ ।
ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣାରେ ଦୁଇ ଦିନିଆ ପୋଲିସ ରିମାଣ୍ଡରେ ଥିଲେ ହତ୍ୟାକାରୀ । ଉମା ବିଷୋୟୀ ଓ କୁରୁପତି ଭୂୟାଁଙ୍କୁ ପୋଲିସ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଥିଲା । ୭ ଦିନ ରିମାଣ୍ଡ ପାଇଁ ପୋଲିସ ଆବେଦନ କରିଥିଲା । ଦୁଇ ଦିନ ରିମାଣ୍ଡ ଅନୁମତି ମିଳିବା ପରେ ୬ ଜଣଙ୍କୁ ଆଣି ଅଧିକ ତଦନ୍ତ କରିଥିଲା ପୋଲିସ । ଚିଣ୍ଟୁ ପ୍ରଧାନ ଓ କୁରୁପତି ଭୂୟାଁଙ୍କୁ ପୋଲିସ କ୍ରାଇମ୍ ସ୍ପଟକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରାଇଥିଲା । କେଉଁ ବାଇକ୍ରେ କେମିତି ଆସିଥିଲେ, କିଭଳି ହତ୍ୟା କରିଲେ ସେ ନେଇ ଦେଖାଇଥିଲେ ଡେମୋ । ପ୍ରଥମେ ନମସ୍କାର, ପରେ ଅତି ନିକଟରୁ ଗୁଳି କରିଥିବା ନେଇ ଡେମୋ ମାଧ୍ୟମରେ ପୋଲିସକୁ ଦେଖାଇଥିଲେ । କିଏ କେତେ ଟଙ୍କା ହତ୍ୟା ପାଇଁ ଡିଲ୍ କରିଥିଲେ ଏସବୁ ତଥ୍ୟ ପୋଲିସ ଓଗାଳିଥିବା ଜଣାପଡିଥିଲା ।
ସେପଟେ ୬ ଜଣଙ୍କୁ ପୋଲିସ ରିମାଣ୍ଡରେ ନେଇ ଅଧିକ ପଚରା ଉଚରା କରିଥିଲା । ଉମା ବିଷୋୟୀ, କୁରୁପତି ଭୂୟାଁ ମଦନ ଦଳେଇ, ମଳୟ ବିଷୋୟୀ, ଯୋଗେନ୍ଦ୍ର ରାଉତ ଓ ଚିଣ୍ଟୁ ପ୍ରଧାନ ୬ ଜଣଙ୍କୁ ରିମାଣ୍ଡରେ ନେଇଥିବା ସରକାରୀ ଓକିଲ କହିଥିଲେ । ପୋଲିସ ମୁହାଁମୁହିଁ ଜେରା କରିଥିବା ଜଣାପଡିଥିଲା । ପୋଲିସ କ୍ରାଇମ୍ ସ୍ପଟ୍କୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ କରିଥିଲା । ତେବେ ହତ୍ୟାକାଣ୍ଡ ସପ୍ତାହିକ ପୂର୍ବରୁ ପୁତୁରାଙ୍କ ମୋବାଇଲ୍ ଫୋନ୍କୁ ଦୁଇ ଥର ଧମକପୂର୍ଣ୍ଣ ଫୋନ୍ ଆସିଥିଲା । ଏ ନେଇ ପୋଲିସକୁ ଜଣାଇଥିଲୁ ବୋଲି ପୀତବାସଙ୍କ ଭାଇ କହିଥିଲେ




