ବାଲ୍ୟ ବିବାହ ରୋକିବାକୁ ଗଡ଼ିଲା ସଚେତନତା ରଥ, ସୁରକ୍ଷିତ ସମାଜ ଗଢିବା ପାଇଁ ପ୍ରୟାସ
Published By: Kirti – Prameya-News7 Bureau | February 08, 2026 04:36 PM
NEWS7
ଭୁବନେଶ୍ୱର ୦୮।୦୨ : ବାଲ୍ୟ ବିବାହ ରୋକିବାକୁ ରାଜଧାନୀରେ ଗଡ଼ିଲା ସଚେତନତା ରଥ। ସଚେତନତା କାର୍ଯ୍ୟକ୍ରମରେ ସାମିଲ ହେଲେ ବାଚସ୍ପତି ସୁରମା ପାଢ଼ୀ। ୨୦୨୯ ସୁଦ୍ଧା ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ନେଇ ଲକ୍ଷ୍ୟ ରଖାଯାଇଛି। ଜାତୀୟ ସ୍ତରରେ ବାଲ୍ୟ ବିବାହ ହାର ୨୩ ପ୍ରତିଶତ ଥିବା ବେଳେ ଓଡ଼ିଶା ଏହା ୨୦.୮ ପ୍ରତିଶତ ରହିଛି। ଆମ ରାଜ୍ୟର ୯ ଜିଲ୍ଲାରେ ବାଲ୍ୟ ବିବାହ ଘଟଣା ଜାତୀୟ ହାର ଠାରୁ ଅଧିକ ରହିଛି। ନବରଙ୍ଗପୁରରେ ୩୯% ଓ ନୟାଗଡ଼ରେ ୩୬% ହାର ଚିନ୍ତାର କାରଣ। ତେଣୁ ଏହାକୁ ରୋକିବାକୁ ୧୦୦ ଦିନିଆ ସଚେତନତା ରଥ ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ, ଜିଲ୍ଲା ପ୍ରଶାସନ, ରୁଚିକା ସଂଗଠନ, ଚିଲ୍ଡରେନ୍ ରାଇଟ୍ ଭଳି ସଂଗଠନ ସାମିଲ ହୋଇଛନ୍ତି। ଶିଶୁମାନଙ୍କ ପାଇଁ ଏକ ସୁରକ୍ଷିତ ସମାଜ ଗଠନରେ ସହାୟତା କରିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ।




