ବାଲିଚନ୍ଦ୍ରପୁର ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଘଟଣା : ବାଲିଚନ୍ଦ୍ରପୁର ଥାନାରେ ତଦନ୍ତ କଲେ ଏସ୍‌ପି

ବାଲିଚନ୍ଦ୍ରପୁର-ଥାନାରେ-ଯୁବକଙ୍କୁ-ଥାର୍ଡ-ଡିଗ୍ରୀ-ଘଟଣା-:-ବାଲିଚନ୍ଦ୍ରପୁର-ଥାନାରେ-ତଦନ୍ତ-କଲେ-ଏସ୍‌ପି

ବାଲିଚନ୍ଦ୍ରପୁର ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଘଟଣା : ବାଲିଚନ୍ଦ୍ରପୁର ଥାନାରେ ତଦନ୍ତ କଲେ ଏସ୍‌ପି

Published By : Prameya-News7 Bureau | August 08, 2025 IST

ଚଣ୍ଡିଖୋଲ ୮।୮: ବାଲିଚନ୍ଦ୍ରପୁର ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଘଟଣାରେ ବାଲିଚନ୍ଦ୍ରପୁର ଥାନାରେ ପହଞ୍ଚି ତଦନ୍ତ କରୁଛନ୍ତି ଏସ୍‌ପି ।ବାଲିଚନ୍ଦ୍ରପୁର ଥାନା ଅଧୀନ ମହିପୁର ଗ୍ରାମର ରବୀନ୍ଦ୍ର ମଲ୍ଲିକ ଥାନାରେ ଅଟକ ଥିବା ସମୟରେ ଥାର୍ଡ ଡିଗ୍ରୀ କରାଯାଇଥିଲା । ରବୀନ୍ଦ୍ର ଗୁରୁତର ଅବସ୍ଥାରେ କଟକ ମେଡିକାଲରେ ଭର୍ତ୍ତି ହୋଇଥିଲେ । ରବୀନ୍ଦ୍ରଙ୍କ ବୟାନ ରେକର୍ଡ କରି ପୋଲିସ ଘରକୁ ଛାଡି ଦେଇଥିବା ବେଳେ ଏହି ଘଟଣାରେ ବାଲିଚନ୍ଦ୍ରପୁର ଥାନାର ୩ କର୍ମଚାରୀଙ୍କୁ ନିଲମ୍ବିତ କରିଥିଲେ ଏସ୍‌ପି । ଏ ନେଇ ଘଟଣାର ତଦନ୍ତ ପାଇଁ ବାଲିଚନ୍ଦ୍ରପୁର ଥାନାରେ ପହଞ୍ଚିଛନ୍ତି ଏସ୍‌ପି । ଅନ୍ୟପଟେ ଅଟକ ଯୁବକ ରବୀନ୍ଦ୍ର ମଲ୍ଲିକଙ୍କ ନାମରେ ପୂର୍ବରୁ ଲିଖିତ ଅଭିଯୋଗ ଆଣିଥିବା ଭାଇ ରବୀନ୍ଦ୍ର ମଲ୍ଲିକ (ବାଦଲ) ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଜମିବାଡ଼ି ବିବାଦକୁ ନେଇ ରବୀନ୍ଦ୍ର ତାଙ୍କ ଭାଇ ବାଦଲକୁ ଗରମ ପେଜ୍ ପକାଇଥିଲେ । ବାଦଲ ପୂର୍ବରୁ ଥାନାରେ ରବୀନ୍ଦ୍ରଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ ଆଜି ସେ ନ୍ୟାୟ ପାଇଁ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ବିଭିନ୍ନ ଦିଗକୁ ଆଧାର କରି ଏସ୍‌ପି ତଦନ୍ତ କରୁଛନ୍ତି ।

You Can Read:

ଦୀଘା ସମୁଦ୍ରରେ ୧୦ ଫୁଟର ଉଚ୍ଚ ଜୁଆର, ସୁରକ୍ଷା ପାଚେରୀ ଡେଇଁ ରାସ୍ତାକୁ ମାଡି ଆସିଲା ସମୁଦ୍ର ପାଣି

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top