ବାଲିଗୁଡ଼ା ITDA ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ, AEEଙ୍କ ୫ ବହୁତଳ କୋଠା ସହ ୧୪ ମୂଲ୍ୟବାନ ପ୍ଲଟ୍

ବାଲିଗୁଡ଼ା-itda-ସହକାରୀ-ନିର୍ବାହୀ-ଯନ୍ତ୍ରୀ-ଗିରଫ,-aeeଙ୍କ-୫-ବହୁତଳ-କୋଠା-ସହ-୧୪-ମୂଲ୍ୟବାନ-ପ୍ଲଟ୍

Published By: Ruby – Prameya-News7 Bureau | June 07, 2026 01:15 PM

NEWS7

assistant executive engineer

ଭୁବନେଶ୍ବର ୭।୬: କନ୍ଧମାଳ ଜିଲ୍ଲା ବାଲିଗୁଡା ଆଇଟିଡିଏର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ। ଆୟଠାରୁ ଅଧିକ ସମ୍ପତ୍ତି ଠୁଳ ମାମଲାରେ ତାଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ । ରବିବାର ତାଙ୍କୁ ଭୁବନେଶ୍ୱର ସ୍ପେଶାଲ ଭିଜିଲାନ୍ସ କୋର୍ଟରେ ହାଜର କରାଯିବ।

ଭିଜିଲାନ୍ସ ପକ୍ଷରୁ କରାଯାଇଥିବା ଚଢ଼ାଉ ସମୟରେ ବୈକୁଣ୍ଠ ନାଥ ବେହେରାଙ୍କ ନାମରେ ବିପୁଳ ପରିମାଣର ସମ୍ପତ୍ତି ଠାବ କରାଯାଇଛି। ଏଥିରେ ରହିଛି ୫ଟି ବହୁତଳ କୋଠା, ଯାହାର ମୋଟ କ୍ଷେତ୍ରଫଳ ୨୦ ହଜାର ବର୍ଗଫୁଟରୁ ଅଧିକ। ଏହା ସହିତ ଭୁବନେଶ୍ୱରରେ ୪ଟି ଆଲିଶାନ ଘର, ୧୪ଟି ମୂଲ୍ୟବାନ ଜମି, ୨ କୋଟି ୪ ଲକ୍ଷ ଟଙ୍କାରୁ ଅଧିକ ନଗଦ ରାଶି, ପ୍ରାୟ ୫୦୦ ଗ୍ରାମ ସୁନା ଓ ୪୫ ଲକ୍ଷ ଟଙ୍କା ଜମା ଠାବ କରାଯାଇଛି।

Also Read:- ବୟଫ୍ରେଣ୍ଡଙ୍କ ସହ ମନୋମାଳିନ୍ୟ ପରଠୁ ଡାଏରୀ ଲେଖୁଥିଲେ ଚନ୍ଦ୍ରିକା, କାହିଁକି ସମ୍ପର୍କୀୟଙ୍କୁ ଅନଫଲୋ କଲେ ପୁରୁଷ ବନ୍ଧୁ

ତେବେ ଏହି ସମ୍ପତ୍ତିର ଉତ୍ସ ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇପାରିନଥିବା ସୂଚନା ମିଳିଛି । ଏପଟେ ତାଙ୍କ ସ୍ତ୍ରୀଙ୍କ ନାମରେ ଥିବା ଆଉ ଗୋଟିଏ ଲକର ଖୋଲିବା ବାକି ରହିଛି ।

Scroll to Top