ବାବା ଧବଳେଶ୍ୱରଙ୍କ ହରିହର ବେଶ, ଠାକୁରଙ୍କ ପାଖେ ଲାଗି ହେଲା ଅତିପ୍ରିୟ ଗଜଭୋଗ

ବାବା-ଧବଳେଶ୍ୱରଙ୍କ-ହରିହର-ବେଶ,-ଠାକୁରଙ୍କ-ପାଖେ-ଲାଗି-ହେଲା-ଅତିପ୍ରିୟ-ଗଜଭୋଗ

ବାବା ଧବଳେଶ୍ୱରଙ୍କ ହରିହର ବେଶ, ଠାକୁରଙ୍କ ପାଖେ ଲାଗି ହେଲା ଅତିପ୍ରିୟ ଗଜଭୋଗ

Published By: Kirti – Prameya-News7 Bureau | November 04, 2025 08:37 AM

NEWS7

gaja bhoga

ଆଠଗଡ଼ ୦୪।୧୧ : ଅପେକ୍ଷାର ଅନ୍ତ । ବର୍ଷକ ପରେ ଆସିଛି ସେହି ପ୍ରତିକ୍ଷିତ ମୁହୂର୍ତ୍ତ । ହରିହର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର। ହରିହର ଭେଟ କରିବା ପରେ ତ୍ରୟୋଦଶୀ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀ ଶ୍ରୀ ଧବଳେଶ୍ୱରଙ୍କ ପାଖରେ ଲାଗି ହୋଇଛି ଅତିପ୍ରିୟ ଭୋଗ ଗଜଭୋଗ  ଓ ତରଣ । କଳା ବଳଦକୁ ଧଳା କରିଥିବା ବାବା ଧବଳେଶ୍ଵରଙ୍କ ଅତି ପ୍ରିୟ ଗଜଭୋଗ ଓ ତରଣ ପାଇ ଭକ୍ତମାନେ ବେଶ୍ ଆନନ୍ଦିତ। ଗଜଭୋଗ ପାଇ ବ୍ରତ ଉଦଯାପନ କରିବେ ବ୍ରତଧାରୀ।

ତେବେ ବାବା ଧବଳେଶ୍ୱରଙ୍କ ପୀଠରେ ବଡ଼ଓଷା ମହାସମାରୋହରେ ପାଳିତ ହୋଇଯାଇଛି । ସୋମବାର ଦିନ ସମୟରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା କମ ରହିଥିଲା ବେଳେ ଅପରାହ୍ଣରୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା  ବୃଦ୍ଧି ପାଇଥିଲା । କଟକ, ଚୌଦ୍ୱାର ଓ ଆଠଗଡ଼ ରାସ୍ତା  ଦେଇ ପୀଠକୁ ଶ୍ରଦ୍ଧାଳୁଙ୍କୁ ଆଗମନ ହୋଇଥିଲା । ରାତି ସୁଦ୍ଧା ପ୍ରାୟ ୫୦ ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଚୌଦ୍ୱାର ଏସ୍‌ଡିପିଓ ଉମାକାନ୍ତ ନାୟକ ସୂଚନା ଦେଇଛନ୍ତି।  ହଜାର ହଜାର ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳହୁଳି  ଧ୍ୱନିରେ ପ୍ରକମ୍ପିତ ପୀଠ। ସକାଳୁ ଆସିଥିବା ଭକ୍ତମାନେ  ବାବା ଧବଳେଶ୍ୱରଙ୍କୁ ଦର୍ଶନ କରି ବ୍ରତ ପାଳନ କରିଥିବାରୁ ବାହାରେ ନଖାଇ ଅତି ଶୁଦ୍ଧପୁତ ଭାବେ ଦୂରଦୂରାନ୍ତ ଗ୍ରାମରୁ ସାଥୀରେ ଆଣିଥିବା ଚାଉଳ, ଆଳୁ, କଖାରୁ ଓ ବିଭିନ୍ନ ପ୍ରକାର ପନିପରିବାରେ ଖାଦ୍ୟ ପ୍ରସ୍ତୁତ କରି ପ୍ରଭୁଙ୍କ ଉଦ୍ଦେଶ୍ୟରେ ଅର୍ପଣ କରି ଖାଇଥିଲେ। ରାତିତମାମ ପୀଠରେ ଉଜାଗର ରହି ବଡ଼ସିଂହାର ବେଶ ଦର୍ଶନ କରିବା ସହ ଗଜଭୋଗ ନେଇ  ମଙ୍ଗଳବାର ପ୍ରତ୍ୟୁଷରୁ ଘରକୁ ଫେରିଛନ୍ତି।

Scroll to Top