ବାତ୍ୟା ‘ମୋନ୍ଥା’ ମୁକାବିଲା ପାଇଁ ଅଗ୍ନିଶମ ବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ, ଭୁବନେଶ୍ୱର ଅଗ୍ନିଶମ ମୁଖ୍ୟ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ ଟିମ୍ ସଜାଗ
Published By: Ruby – Prameya-News7 Bureau | October 28, 2025 05:23 PM
NEWS7
ଭୁବନେଶ୍ବର ୨୮।୧୦: ଦକ୍ଷିଣ ଓଡ଼ିଶାରେ ବାତ୍ୟା ‘ମୋନ୍ଥା’ର ପ୍ରଭାବ ଦେଖିବାକୁ ମିଳିଲାଣି । ରାସ୍ତାରେ ଗଛ ପଡ଼ିଛି । ଗଛ କାଟିବାକୁ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଗଲେଣି । ଏନେଇ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ବାତ୍ୟା ମୋନ୍ଥା ଯୋଗୁଁ ଗଜପତି ଜିଲ୍ଲାରେ ଅଧିକ ପ୍ରଭାବ ପଡିଛି । ଗଛ ସହ ମାଟି ଅତଡା ଧସିଛି । ୨୨ଟି ସ୍ଥାନରେ ଗଛ ଉପୁଡିଛି । ଆର. ଉଦୟଗିରିରେ ଗଛ ଅଧିକ ପଡ଼ିଛି । ପାରଳାଖେମୁଣ୍ଡି, ଗୁମ୍ମା, ଗଞ୍ଜାମ ଅଞ୍ଚଳର କିଛି ସ୍ଥାନରେ ପ୍ରବଳ ବର୍ଷା ହେଉଛି । ସେଠାରେ ମଧ୍ୟ ଗଛ ଉପୁଡ଼ିଛି । ଆର. ଉଦୟଗିରିର ଅନାଗାରେ ଭୂସ୍ଖଳନ ହୋଇଛି । କିନ୍ତୁ କାହାରି କିଛି କ୍ଷତି ହୋଇନଥିବା ସୂଚନା ମିଳିଛି । ପୁରୀ ସହରରେ ଦୁଇଟି ସ୍ଥାନରେ ପାଣି ପସିଛି । ଭୁବନେଶ୍ୱରରେ ୮ଟି ସ୍ଥାନରେ ପମ୍ପ୍ର ବ୍ୟବସ୍ଥା କରାଯାଇଛି ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ୩ରୁ ୪ଘଣ୍ଟା ମଧ୍ୟରେ ସ୍ଥଳଭାଗ ଦେଇ ଗତି କରିବ । ଅଗ୍ନିଶମ ବାହିନୀର ୧୩୦ଟି ବିଭିନ୍ନ ଟିମ୍ ଅଛନ୍ତି । ୨୪ ଘଣ୍ଟିଆ ଟିମ୍ ଭୁବନେଶ୍ୱରର ଅଗ୍ନିଶମ ମୁଖ୍ୟ କାର୍ଯ୍ୟାଳୟରେ ରହିଛନ୍ତି । ବିଭିନ୍ନ ସ୍ଥାନରେ ୨୮ଟି ଅଗ୍ନିଶମ ବାହିନୀକୁ କଲ୍ ଆସିଛି । ୨୫ଟିର କାମ ଚାଲିଛି । ଆଉ ବାକି ରହିଛି । ବୋଟ୍ ଏବଂ ଲାଇଫ ଜ୍ୟାକେଟ ପ୍ରସ୍ତୁତ ରହିଛି । ସମ୍ପୂର୍ଣ୍ଣ ଭାବେ ଅଗ୍ନିଶମ ବାହିନୀ ପ୍ରସ୍ତୁତ ରହିଛି । ପୁରୀରେ ପର୍ଯ୍ୟଟକଙ୍କ ପାଇଁ ଡାକବାଜି ଯନ୍ତ୍ରରେ ଲୋକଙ୍କୁ ବାରଣ କରାଯାଉଛି ବୋଲି ଅଗ୍ନିଶମ ଡିଜି ସୂଚନା ଦେଇଛନ୍ତି ।




