ବାଇକ ଯୋଗେ ସାପ୍ତାହିକ ହାଟକୁ ଯାଉଥିଲେ, ଅଧାରାସ୍ତାରେ ଭୁଜାଲିରେ ଆକ୍ରମଣ

ବାଇକ-ଯୋଗେ-ସାପ୍ତାହିକ-ହାଟକୁ-ଯାଉଥିଲେ,-ଅଧାରାସ୍ତାରେ-ଭୁଜାଲିରେ-ଆକ୍ରମଣ

ବାଇକ ଯୋଗେ ସାପ୍ତାହିକ ହାଟକୁ ଯାଉଥିଲେ, ଅଧାରାସ୍ତାରେ ଭୁଜାଲିରେ ଆକ୍ରମଣ

Published By: Kirti – Prameya-News7 Bureau | November 19, 2025 09:21 AM

NEWS7

loot

ଢେଙ୍କାନାଳ ୧୯।୧୧ : ଢେଙ୍କାନାଳ ମେରାମୁଣ୍ଡଳୀ ହାଟରୁ ଲୁଟ। ପରିବା ବେପାରୀଙ୍କୁ ଭୁଜାଲିରେ ଆକ୍ରମଣ କରି ଟଙ୍କା ଓ ମୋବାଇଲ ଲୁଟି ନେଲେ ଦୁର୍ବୃତ୍ତ । ଗୁରୁତର ପରିବା ବେପାରୀଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତର ପରିବା ବେପାରୀ ସ୍ଥାନୀୟ ମୋଟଙ୍ଗା ଥାନା ଅନ୍ତର୍ଗତ ବାଙ୍ଗୁରୁସିଂ ଗାଁର ପ୍ରଦୀପ ସାହୁ ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ, ବୁଧବାର ସକାଳ ସମୟରେ ପ୍ରଦୀପ ବାଇକ ଯୋଗେ ମେରାମୁଣ୍ଡଳୀ ସାପ୍ତାହିକ ହାଟକୁ ଯାଉଥିଲେ। ହାଟରେ ପହଁଚିଲା ସମୟରେ ବାଇକରେ ଦୁଇ ଜଣ ଦୁର୍ବୁତ୍ତ ତାଙ୍କୁ ହଠାତ ତାଙ୍କ ଠାରୁ ଟଙ୍କା ବ୍ୟାଗ ଛଡ଼ାଇଥିଲେ। ପ୍ରଦୀପ ବିରୋଧ କରିବାରୁ ଭୁଜାଲିରେ ଆକ୍ରମଣ କରି ତାଙ୍କ ଠାରୁ ୮ହାଜର ଟଙ୍କା ଟଙ୍କା ,ମୋବାଇଲ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଲୋକ ମାନେ ଦୌଡ଼ି ପଳାଇ ଆସିବାରୁ ଲୁଟେରା ଦୁଇଜଣ ବାଇକରେ ପଲାଇ ଯାଇଥିବା ଜଣାପଡିଛି। ସେପଟେ ଖବର ପାଇ ମୋଟଙ୍ଗା ପୋଲିସ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଛି।

Scroll to Top