ବାଇକ୍ରେ ଯାଉଥିଲେ ତିନି ଜଣ, ଟ୍ରାକ୍ଟରକୁ ସାମ୍ନା ପଟୁ ଦେଲା ଧକ୍କା, ଚାଲିଗଲା ୨ ଜୀବନ…
ଟ୍ରାକ୍ଟର-ବାଇକ୍ ମୁହାଁମୁହିଁ ଧକ୍କା । ଏହି ଭୟଙ୍କର ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛି ।
Published By: Kirti – Prameya-News7 Bureau | April 04, 2026 10:07 AM
NEWS7
ଭଦ୍ରକ ୦୪।୦୪ : ଟ୍ରାକ୍ଟର-ବାଇକ୍ ମୁହାଁମୁହିଁ ଧକ୍କା । ଏହି ଭୟଙ୍କର ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛି । ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନ ଭଣ୍ଡାରିପଦା ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଗାଁ ଭିତରକୁ ଏକ ଟ୍ରାକ୍ଟର ଆସୁଥିଲା । ଏହି ସମୟରେ ସାମ୍ନା ପଟୁ ଏକ ବାଇକ୍ ଆସି ଜୋରଦାର ଧକ୍କା ଦେଇଥିଲା । ଯାହାଫଳରେ ବାଇକ୍ରେ ଥିବା ତିନି ଜଣ ଗୁରୁତର ହୋଇ ଘଟଣାସ୍ଥଳରେ ପଡ଼ିଯାଇଥିଲେ । ଏହାପରେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଦୁଇ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଜଣଙ୍କ ଚିକିତ୍ସା ଜାରି ରହିଛି । ତେବେ ମୃତକ ଦୁଇ ଜଣ ସେକ୍ ଆର୍ମାନ ଓ ସେକ୍ ଆଜମେର ବୋଲି ଜଣାପଡିଛି । ବାକି ଗୁରୁତର ଥିବା ବ୍ୟକ୍ତିଙ୍କ ନାମ ସେକ୍ ସାବିର ବୋଲି ଜଣାପଡିଛି । ତାଙ୍କୁ ଭଦ୍ରକ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
Also Read:-ସାବଧାନ… ଅଟୋକୁ ଲାଗିଛି ହେଲ୍ମେଟ୍ ଫାଇନ୍, ପୈଠ ନକଲେ…
ଅନ୍ୟପଟେ ଦୁର୍ଘଟଣା ଘଟିଥିବା ସ୍ଥାନରେ କିଛି ସମୟ ପାଇଁ ଉତ୍ତେଜନା ଲାଗି ରହିଥିଲା । ଏପିରିକି ଉକ୍ତ ରାସ୍ତାରେ ଗାଡ଼ି ଯିବାଆସିବା ବନ୍ଦ ରହିଥିଲା । ପୋଲିସ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।




