କାମାକ୍ଷାନଗର ୧୭।୧୦: ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଗୋଟିଏ ପରିବାରର ବାପାଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି। ବାପା ଓ ଦୁଇ ଶିଶୁ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି । ମା’ ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ନଂ ଜାତୀୟ ରାଜପଥର ମାଳପୁରା ଗ୍ରାମ ଓଭରବ୍ରିଜ୍ ଉପରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ।
ସୂଚନାଯୋଗ୍ୟ ଯେ, ସ୍ବାମୀ-ସ୍ତ୍ରୀ ଓ ଦୁଇ ଛୁଆ ବାଇକ୍ ଯୋଗେ ଯାଉଥିବା ବେଳେ ମାଳପୁରା ଓଭରବ୍ରିଜ ଉପରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଗାଡି ଫେରାର ହୋଇଯାଇଛି । ଦୁର୍ଘଟଣାରେ ଗୋଟିଏ ପରିବାରର ବାପାଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି । ମା’ଙ୍କୁ ଗୁରୁତର ଭାବେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ସେମାନଙ୍କ ଘର କେନ୍ଦୁଝର ଆନନ୍ଦପୁର ଅଞ୍ଚଳର ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ସେମାନଙ୍କ ପରିଚୟ ହେଲା ଗୁରୁତର ଯାନକି କରୁଆ ଏବଂ ମୃତକ ଭାବଗ୍ରାହୀ କରୁଆ । ମୃତ ଶିଶୁ ଦୁଇ ଜଣ ହେଲେ ଭାବଗ୍ରାହୀଙ୍କ ଜଣେ ଝିଅ ଅନ୍ୟ ଶିଶୁଟି ତାଙ୍କ ଝିଆରୀ ବୋଲି ଜଣାପଡିଛି ।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହେବା ସହ ବାଇକ୍ଟିକୁ ପ୍ରାୟ ଶହେ ମିଟର ଘୋଷାଡି ନେଇଥିବା ଦେଖିବାକୁ ମିଳିଛି । ଖବର ପାଇ କାମାକ୍ଷାନଗର ଏସଡିପିଓ, କାମାକ୍ଷାନଗର ଥାନା ଅଧିକାରୀ ଓ କାମାକ୍ଷାନଗର ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଗୁଡିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରିରଖିଛି । ଦୁର୍ଘଟଣା ଘଟାଇଥିବା ଗାଡିକୁ କିପରି ଧରିହେବ ସେନେଇ ପରଜଙ୍ଗ ଓ କାମାକ୍ଷାନଗର ପୋଲିସ ନାକାବନ୍ଦୀ କରି ଖାନତଲାସ ଚଳାଇଛି




