ବହୁ ବାଦ ବିବାଦ ପରେ ଶେଷରେ ଟାଟା ଟ୍ରଷ୍ଟରୁ ଇସ୍ତଫା ଦେବାକୁ ମେହଲି ମିସ୍ତ୍ରୀଙ୍କ ନିଷ୍ପତ୍ତି

ବହୁ-ବାଦ-ବିବାଦ-ପରେ-ଶେଷରେ-ଟାଟା-ଟ୍ରଷ୍ଟରୁ-ଇସ୍ତଫା-ଦେବାକୁ-ମେହଲି-ମିସ୍ତ୍ରୀଙ୍କ-ନିଷ୍ପତ୍ତି

ବହୁ ବାଦ ବିବାଦ ପରେ ଶେଷରେ ଟାଟା ଟ୍ରଷ୍ଟରୁ ଇସ୍ତଫା ଦେବାକୁ ମେହଲି ମିସ୍ତ୍ରୀଙ୍କ ନିଷ୍ପତ୍ତି

Published By: Avinash – Prameya-News7 Bureau | November 04, 2025 11:02 PM

NEWS7

 Mehli Mistry decides to step down as Tata Trusts Trustee,
internet

ନୂଆଦିଲ୍ଲୀ: ନାନା ବାଦବିବାଦ ଓ ଆଇନଗତ ଲଢ଼େଇର ଧମକଚମକ ପରେ ଶେଷରେ ଟାଟା ଟ୍ରଷ୍ଟରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି ମେହଲି ମିସ୍ତ୍ରୀ। ସେ ଟାଟା ଟ୍ରଷ୍ଟର ସମସ୍ତ ବୋର୍ଡ- ସାର ରତନ ଟାଟା ଟ୍ରଷ୍ଟ, ସାର ଦୋରାବ ଜୀ ଟାଟା ଟ୍ରଷ୍ଟ ଏବଂ ବାଇ ହିରାବାଇ ଜେଏନ ଟାଟା ନାଭସାରି ଚାରିଟେବୁଲ୍ ଇନଷ୍ଟିଚ୍ୟୁସନ୍ ଟ୍ରଷ୍ଟରୁ ଇସ୍ତଫା ଦେବାକୁ ମେହଲି ମିସ୍ତ୍ରୀ ମଙ୍ଗଳବାର ଘୋଷଣା କରିଛନ୍ତି। ଏନେଇ ସେ ଟାଟା ଟ୍ରଷ୍ଟ ଟ୍ରଷ୍ଟିମାନଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି। 
୪ ନଭେମ୍ବର, ୨୦୨୫ ତାରିଖରେ ଲେଖାଯାଇଥିବା ଚିଠିରେ ମିସ୍ତ୍ରୀ କହିଛନ୍ତି ଯେ ଏହା ତାଙ୍କର ଟ୍ରଷ୍ଟି ଭାବରେ ସେବା କରିବା ବିଶେଷାଧିକାର ଥିଲା। ସ୍ୱର୍ଗତଃ ଶ୍ରୀ ରତନ ଏନ ଟାଟାଙ୍କ ବ୍ୟକ୍ତିଗତ ଅନୁମୋଦନ ଯୋଗୁ ତାଙ୍କୁ ଏହି ସୁଯୋଗ ପ୍ରଦାନ କରାଯାଇଥିଲା ବୋଲି ସେ କହିବା ସହିତ ରାତ ଟାଟା ତାଙ୍କର ପ୍ରିୟ ବନ୍ଧୁ ଏବଂ ପରାମର୍ଶଦାତା ବୋଲି ଲେଖିଛନ୍ତି।
ସେ ଆହୁରି ଲେଖିଛନ୍ତି ଯେ ସେ ମୁମ୍ବାଇ ଫେରିବା ପରେ ତାଙ୍କର ଟ୍ରଷ୍ଟିସିପ୍ ସମ୍ବନ୍ଧୀୟ ବିଭିନ୍ନ ରିପୋର୍ଟ ବିଷୟରେ ଜାଣିବାକୁ ପାଇଥିଲେ। ହେଲେ ଏବେ ତାଙ୍କର ଏ ଚିଠି ଏଭଳି ଅନୁମାନ ମୂଳକ ରିପୋର୍ଟିଂ ଉପରେ ରୋକ ଲଗାଇବାରେ ସାହାଯ୍ୟ କରିବ, ଯାହା ଟାଟା ଟ୍ରଷ୍ଟର ହିତ ପାଇଁ ଭଲ ନୁହେଁ ଓ ଏହାର ଭିଜନର ବିରୋଧରେ ରହିଥିଲା।
ରତନ ଟାଟାଙ୍କ ଆଦର୍ଶ ସହିତ ତାଙ୍କର ପ୍ରତିବଦ୍ଧତାକୁ ଦର୍ଶାଇ ମିସ୍ତ୍ରି ଲେଖିଛନ୍ତି ଯେ ଟାଟା ଟ୍ରଷ୍ଟ ପ୍ରତି ମୋର କର୍ତ୍ତବ୍ୟ ନିର୍ବାହ କରିବା ସମୟରେ, ମୁଁ ରତନ ଟାଟାଙ୍କର ନୀତିଗତ ପରିଚାଳନା, ନୀରବ ଦାନଶୀଳ ମାନସିକତା ଏବଂ ସର୍ବୋତ୍ତମ ସଚ୍ଚୋଟତାର ଦୃଷ୍ଟିକୋଣ ଦ୍ୱାରା ପରିଚାଳିତ ହୋଇଛି। ମିସ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ସେ ୨୮ ଅକ୍ଟୋବର, ୨୦୨୫ ପର୍ଯ୍ୟନ୍ତ ଟ୍ରଷ୍ଟି ଭାବରେ କାର୍ଯ୍ୟ କରିଥିଲେ। ଏଭଳି ଗୋଟେ ଦାତବ୍ୟ ସଂଗଠନର ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଉଥିବା ବିବାଦକୁ ରୋକିବାକୁ ସେ ଇସ୍ତଫା ଦେଇଛନ୍ତି। ଚିଠି ଶେଷରେ ସେ ଲେଖିଛନ୍ତି, ଅନୁଷ୍ଠାନ ଓ ଏହାର ସେବା ଠାରୁ କେହି ବଡ଼ ନୁହଁନ୍ତି।

Scroll to Top