ବଳଙ୍ଗା ନାବାଳିକା ପୋଡ଼ି ମାମଲା ସିବିଆଇକୁ ହସ୍ତାନ୍ତର ଦାବି କଲା ବିଜେଡି, ଭାଇରାଲ୍ ଭିଡିଓ ସତ କି ମିଛ ଉତ୍ତର ରଖନ୍ତୁ ସରକାର

ବଳଙ୍ଗା-ନାବାଳିକା-ପୋଡ଼ି-ମାମଲା-ସିବିଆଇକୁ-ହସ୍ତାନ୍ତର-ଦାବି-କଲା-ବିଜେଡି,-ଭାଇରାଲ୍-ଭିଡିଓ-ସତ-କି-ମିଛ-ଉତ୍ତର-ରଖନ୍ତୁ-ସରକାର

ଭୁବନେଶ୍ବର ୧୭।୮: ବଳଙ୍ଗା ନାବାଳିକା ପୋଡ଼ି ମାମଲା ସିବିଆଇକୁ ହସ୍ତାନ୍ତର କରିବା ପାଇଁ ସାମ୍ବାଦିକ ସମ୍ମିଳନୀରେ ଦାବି କଲା ବିଜେଡି । ଭାଇରାଲ୍ ଭିଡିଓକୁ ନେଇ କାହିଁକି ସ୍ପଷ୍ଟୀକରଣ ରଖୁନାହିଁ ଓଡ଼ିଶା ପୋଲିସ ବୋଲି ବିଜେଡି ପ୍ରଶ୍ନ କରିଛି । ଭିଡିଓ ସତ କି ମିଛ, ଏହାର ଉତ୍ତର ରଖନ୍ତୁ ସରକାର । ପୁରୀ ଏସ୍‌ପି ପିନାକ ମିଶ୍ରଙ୍କ ଫୋନୋ ଷ୍ଟେଟମେଣ୍ଟକୁ ଦାୟିତ୍ବହୀନତା କହିଲା ବିଜେଡି ।

ବଳଙ୍ଗା ପୀଡ଼ିତା ବୟାନ ଦେଉଥିବା ବେଳର କୁହାଯାଉଥିବା ଭିଡିଓ ଭାଇରାଲ୍ ହେବା ପରେ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ପ୍ରଶ୍ନ କରିଛି ବିଜେଡି । ଭାଇରାଲ ଭିଡିଓକୁ ନେଇ କାହିଁକି ସ୍ପଷ୍ଟୀକରଣ ରଖୁନାହିଁ ଓଡ଼ିଶା ପୋଲିସ । ପୋଲିସ ପକ୍ଷରୁ ସ୍ପଷ୍ଟୀକର କାହିଁକି ଆସିନାହିଁ ।

ପୁରୀ ଏସ୍‌ପି ପିନାକ ମିଶ୍ରଙ୍କ ଫୋନୋ ଷ୍ଟେଟମେଣ୍ଟକୁ ଦାୟିତ୍ବହୀନତା କହିଲା ବିଜେଡି । ବିଜେଡି ଅଭିଯୋଗ ଆଣିଛି କାହା ସ୍ବାର୍ଥରେ ବୟାନ ରେକର୍ଡ ହୋଇଥିଲା । ଷ୍ଟେଟମେଣ୍ଟ ରେକର୍ଡ ବେଳେ ମାଜିଷ୍ଟ୍ରେଟ ଥିଲେ କି ନାହିଁ । ମୃତ୍ୟୁର ୧୦ ମିନିଟ୍‌ ପରେ ଓଡ଼ିଶା ପୋଲିସ ପକ୍ଷରୁ ଟ୍ବିଟ୍ ଆସିବା ଦୁଃଖଦ ଥିଲା । ଏହି ମେସେଜ ମୃତ୍ୟୁ ପୂର୍ବରୁ ଦେବା ପାଇଁ ଓଡ଼ିଶା ପୋଲିସ ପାଖରେ କାହିଁକି ସତ୍ ସାହସ ନଥିଲା । ସତ ବିଷୟରେ ଓଡ଼ିଶା ପୋଲିସ ଅବଗତ ନିଶ୍ଚିତ ଥିବ ।   ବଳଙ୍ଗା କେସ୍ ସିବିଆଇକୁ ଦେବା ପାଇଁ ଦାବି କଲା ବିଜେଡି । 

ପୀଡ଼ିତାଙ୍କର ତିନି ଥର ବୟାନ ରେକର୍ଡ କାହିଁକି କରାଗଲା ବୋଲି ବିଜେଡି ପ୍ରଶ୍ନ କରିଛି । ଅନ୍ୟପଟେ ବିଜେଡି ସମୟରେ ଘଟିଥିବା ପିହୁ, ଇତିଶ୍ରୀ ଭଳି ଅନେକ କେସ୍‌କୁ ବିଜେପି ସରକାର କାହିଁକି ଉଠାଉ ନାହିଁ । ସେହି କେସ୍‌କୁ ଉଠାଇବା ପାଇଁ ବିଜେଡି ଦାବି କରିଛି । ସେହି ସବୁ କେସ୍‌ରେ ବିଜେପି କର୍ମୀ ସାମିଲ ଥିବେ ବୋଲି ବିଜେପି ଭୟ କରୁଛି କି ବୋଲି ବିଜେଡି ପ୍ରଶ୍ନ କରିଛି । 

You Can Read:

ବାଇକ୍‌ରେ ଆସିଥିଲେ, ଜଙ୍ଗଲରେ କିରୋସିନ ଢାଳିଥିଲେ.. ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପୂର୍ବର ଶେଷ ବୟାନକୁ ଚର୍ଚ୍ଚା

Scroll to Top