ନୂଆଦିଲ୍ଲୀ ୨୮/୦୨: ଅଶୁଭ ଶନିବାର । ବଲିଭିଆରେ ଭୟଙ୍କର ବିମାନ ଦୁର୍ଘଟଣା । କ୍ରାସ ହେଲା ବ୍ୟାଙ୍କ ନୋଟ ନେଇ ଯାଉଥିବା ବିମାନ । ଫଳରେ ୧୫ ଜଣଙ୍କ ମୃତ୍ୟୁ ହେବା ସହ ଏକାଧିକ ଆହତ ହୋଇଛନ୍ତି । ପାଗ ଖରାପ କାରଣରୁ ଏଲ ଅଲଟୋ ସହରରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା । ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଜନଗହଳିପୂର୍ଣ୍ଣ ସ୍ଥାନରେ ଖସିପଡ଼ିଥିଲା ହରକ୍ୟୁଲେସ ବିମାନ । ନୂତନ ଭାବେ ଛପା ଯାଇଥିବା ବ୍ୟାଙ୍କ ନୋଟ ଗୁଡିକ ବିମାନରେ ନିଆଯାଉଥିଲା । ପ୍ରାରମ୍ଭିକ ଖବର ଅନୁଯାୟୀ ୩୦ ଜଣ ଆହତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
Images from the site shows several vehicles with significant damage and people down from the Bolivian Air Force plane crash in El Alto.
There are multiple fatalities and injuries, according to Vamos El Alto and RTP. https://t.co/HrF2iFeWGs
— AZ Intel (@AZ_Intel_) February 27, 2026
ସୂଚନା ଥାଉକି, ରାଜଧାନୀ ଲା ପାଜକୁ ଲାଗି ରହିଥିବା ଏଲ୍ ଆଲ୍ଟୋ ସହରରେ ଏହି ଦୁର୍ଘଟଣା ଘଟିଛି। ଅଗ୍ନିଶମ ମୁଖ୍ୟ ପାଭେଲ ଟୋଭରଙ୍କ ଅନୁଯାୟୀ, ଦୁର୍ଘଟଣାରେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ତଥାପି, ସେ ସ୍ପଷ୍ଟ କରିନାହାଁନ୍ତି ଯେ ମୃତକମାନେ ବିମାନରେ ଥିଲେ କି ରାଜପଥରେ ପାର୍କିଂ ହୋଇଥିବା ଯାନବାହାନରେ ଥିଲେ।
ଭାଇରାଲ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଜୋର୍ରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବିମାନର ଭଗ୍ନାବଶେଷ, ଜଳିଯାଇଥିବା ଅଂଶବିଶେଷ ସହ ରାଜପଥରେ ବିଛାଡ଼ି ହୋଇ ପଡିଛି ମୃତଦେହ । ସେପଟେ ଦୁର୍ଘଟଣା ପରେ, ବିମାନବନ୍ଦରରୁ ସମସ୍ତ ଉଡ଼ାଣକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଛି।ରିପୋର୍ଟ ଅନୁସାରେ, ଏହା କେନ୍ଦ୍ରୀୟ ବ୍ୟାଙ୍କରୁ ଅନ୍ୟ ସହରକୁ ନୂତନ ଟଙ୍କା ନେଇ ଯାଉଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଧକ୍କା ହେବା ମାତ୍ରେ ନୋଟର ଗଣ୍ଠିଗୁଡ଼ିକ ପବନରେ ବିଛାଡ଼ି ହୋଇଯାଇଥିଲା ।
ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଫଟୋଗୁଡ଼ିକରେ ଆଉ ଏକ ଭିନ୍ନ ଦୃଶ୍ୟ ନଜର ଆସିଥିଲା । ଉଦ୍ଧାର କାର୍ଯ୍ୟ ଚାଲିଥିବା ସମୟରେ, ଲୋକମାନେ ବିଛାଡ଼ି ହୋଇ ପଡିଥିବା ଟଙ୍କା ଧରିବାକୁ ଧାଇଁ ଆସିଥିଲେ । ସ୍ଥିତି ଏମିତି ହୋଇଥିଲା ଯେ, ଭିଡ଼କୁ ଘଉଡ଼ାଇବା ପାଇଁ ପୋଲିସକୁ ବଳ ପ୍ରୟୋଗ କରିବାକୁ ପଡିଲା ।
also read..




