ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ଦେଖିବାକୁ ମିଳିଲା ରିଙ୍ଗ୍ ଅଫ୍ ଫାୟାର
Published By: Chikun – Prameya-News7 Bureau | February 17, 2026 07:23 PM
NEWS7
ନୂଆଦିଲ୍ଲୀ: ମଙ୍ଗଳବାର ଦେଖିବାକୁ ମିଳିଛି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ । ଯାହା ରିଙ୍ଗ୍ ଅଫ୍ ଫାୟାର (ଅଗ୍ନିର ମୁଦି) ଭଳି ଦେଖାଯିବ। ସୂର୍ଯ୍ୟ ପରାଗର ସମୁଦାୟ ଅବଧି ୪ ଘଣ୍ଟା ୩୨ ମିନିଟ୍ ରହିଥିବାବେଳେ ସୂର୍ଯ୍ୟ ଗ୍ରହଣ ବଳୟାକାର ସୂର୍ଯ୍ୟ ପରାଗ ବୋଲି କୁହାଯାଉଛି। ଏହି ସୂର୍ଯ୍ୟ ପରାଗ ଭାରତରେ ଦେଖାଯିବ ନାହିଁ । ତେବେ ଭାରତୀୟ ସମୟ ଅନୁସାରେ, ଦ୍ବିପ୍ରହର ୩ଟା ୨୬ ମିନିଟରୁ ସୂର୍ଯ୍ୟ ଗ୍ରହଣ ଆରମ୍ଭ ହୋଇସାରିଛି। ତେବେ କେବଳ କିଛି ମିନିଟ୍ ପାଇଁ ଆଜିର ସୂର୍ଯ୍ୟ ଗ୍ରହଣ ଆକାଶରେ ‘ରିଙ୍ଗ୍ ଅଫ୍ ଫାୟାର’ ଦେଖିବାକୁ ମିଳିଥିଲା।
ଭାରତୀୟ ସମୟ ଅନୁସାରେ, ବର୍ଷର ପ୍ରଥମ ସୂର୍ଯ ପରାଗ ମଙ୍ଗଳବାର ସନ୍ଧ୍ୟା ୫ଟା ୪୧ ମିନିଟରେ ଚରମରେ ରହିଥିଲା। ୨ ମିନିଟ୍ ୨୦ ସେକେଣ୍ଡ ପର୍ଯ୍ୟନ୍ତ ଏହ ଚରମରେ ବଳୟାକାର ସୂର୍ଯ୍ୟ ପରାଗ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଏହା ସମାପ୍ତ ହେବାରେ ଲାଗିଛି। ସନ୍ଧ୍ୟା ୭ଟା ୫୭ ମିନିଟରେ ସଂପୂର୍ଣ୍ଣ ଶେଷ ହେବ। ଏହି ଖଗୋଳୀୟ ଘଟଣା ଆର୍ଜେଣ୍ଟିନା, ଚିଲି, ଦକ୍ଷିଣ ଆଫ୍ରିକା ଏବଂ ଆଣ୍ଟର୍କାଟିକାରେ ସ୍ପଷ୍ଟ ଭାବରେ ଦୃଶ୍ୟମାନ।




