ବଡ଼ ଧରଣର ନେଟଓ୍ବର୍କ ସମସ୍ୟା, ବିଭିନ୍ନ ରାଜ୍ୟରେ ଟେଲିକମ୍ ସେବା ବ୍ୟାଘାତ

ବଡ଼-ଧରଣର-ନେଟଓ୍ବର୍କ-ସମସ୍ୟା,-ବିଭିନ୍ନ-ରାଜ୍ୟରେ-ଟେଲିକମ୍-ସେବା-ବ୍ୟାଘାତ

ନୂଆଦିଲ୍ଲୀ: ସୋମାର ଦେଶର ଅନେକ ପ୍ରମୁଖ ସହରରେ ମୋବାଇଲ୍ ନେଟୱାର୍କରେ ବ୍ୟାପକ ସମସ୍ୟା ଦେଖାଦେଇଛି। ଏୟାରଟେଲ୍, ଜିଓ ଏବଂ ଭୋଡାଫୋନ୍-ଆଇଡିଆ ୟୁଜର୍ସ କଲ୍ ଡ୍ରପ୍, ନେଟଓ୍ବର୍କ ସମସ୍ୟା ଏବଂ ଇଣ୍ଟରନେଟ୍‌ ଚଳାଇବାରେ ଅସୁବିଧା ଅଭିଯୋଗ କରିଛନ୍ତି। ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଏବଂ ଗୁଡ଼ଗାଓଁରେ ଏହି ସମସ୍ୟା ସବୁଠୁ ଅଧିକ ଥିବା ଜଣାପଡ଼ିଛି। 

ଏୟାରଟେଲ୍ ୟୁଜର୍ସଙ୍କ ଅଭିଯୋଗ କରିଛନ୍ତି ରାତି ପ୍ରାୟ ସାଢ଼େ ୩ଟାରୁ ନେଟୱାର୍କ କାମ କରୁନାହିଁ। ଅନେକ ଲୋକ କଲ୍ କରିପାରୁନଥିବା, ସ୍ଲୋ ଇଣ୍ଟରନେଟ୍ ଏବଂ SMS ପଠାଇପାରୁନଥିବା ଅଭିଯୋଗ କରିଛି। ସେପଟେ କମ୍ପାନି ମଧ୍ୟ ଏକ୍ସ ପୋଷ୍ଟରେ, ନେଟୱାର୍କରେ ତ୍ରୁଟି ବିଷୟରେ ଅବଗତ ଥିବା ନେଇ ସୂଚନା ଦେଇଛି ଏବଂ ସମସ୍ୟାର ସମାଧାନ ପାଇଁ କାମ ଚାଲିଥିବା କହିଛି। 

ଜିଓ ଏବଂ ଭୋଡାଫୋନ୍‌- ଆଇଡିଆ (VI) ନେଟୱାର୍କ ମଧ୍ୟ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ସନ୍ଧ୍ୟାରେ ପ୍ରାୟ ୨୦୦ ଜିଓ ୟୁଜର୍ସଙ୍କ ଅଭିଯୋଗ କରିଥିବା ଜଣାପଡ଼ିଛି। ସେହିଭଳି ପ୍ରାୟ ୫୦ ଭୋଡାଫୋନ୍-ଆଇଡିଆ ୟୁଜର୍ସ ସମସ୍ୟା ନେଇ ରିପୋର୍ଟ କରିଛନ୍ତି। 

ରିପୋର୍ଟ ଅନୁସାରେ ଦିଲ୍ଲୀ, ମୁମ୍ବାଇ, କୋଲକାତା, ବେଙ୍ଗାଲୁରୁ, ଚେନ୍ନାଇ ଏବଂ ଜୟପୁର ଭଳି ସହରରେ ଭୋଡାଫୋନ-ଆଇଡିଆ ସେବା ପ୍ରଭାବିତ ହୋଇଥିଲା। ଜିଓ ନେଟଓ୍ବର୍କରେ ଅଧିକ ସମସ୍ୟା ଥିବା ରେକର୍ଡ ହୋଇଥିବାବେଳେ ଚଣ୍ଡିଗଡ଼, ହାଇଦ୍ରାବାଦ, ଲକ୍ଷ୍ନୌ, ପାଟନା, ଅହମ୍ମଦାବାଦ ସମେତ ଅନେକ ସହରରେ ଉପଭୋକ୍ତାମାନେ ପ୍ରଭାବିତ ହୋଇଛନ୍ତି। ତେବେ ଏପର୍ଯ୍ୟନ୍ତ ଜିଓ କିମ୍ବା ଭୋଡାଫୋନ-ଆଇଡିଆ ପକ୍ଷରୁ କୌଣସି ବିବୃତ୍ତି ଜାରି କରାଯାଇନାହିଁ। ତେବେ ବର୍ତ୍ତମାନ ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଥିବା ଜଣାପଡ଼ିଛି। 

Scroll to Top