ବଜେଟରେ ସବୁଠୁ ବଡ଼ ଅଂଶ କେଉଁଠି ଖର୍ଚ୍ଚ କରିବେ ସରକାର, ସ୍ୱାସ୍ଥ୍ୟ-ଶିକ୍ଷା ବିଭାଗକୁ ମିଳିଲା କେତେ ?

ବଜେଟରେ-ସବୁଠୁ-ବଡ଼-ଅଂଶ-କେଉଁଠି-ଖର୍ଚ୍ଚ-କରିବେ-ସରକାର,-ସ୍ୱାସ୍ଥ୍ୟ-ଶିକ୍ଷା-ବିଭାଗକୁ-ମିଳିଲା-କେତେ-?

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ବଜେଟ୍ ଉପସ୍ଥାପନ କରି ବଡ଼ ଘୋଷଣା କରିଛନ୍ତି । ସୀତାରମଣ ନିଜର ନବମ ବଜେଟ୍ ଉପସ୍ଥାପନ କରି ଦେଶର ପରିବହନ ଓ ପ୍ରତିରକ୍ଷାକୁ ସବୁଠୁ ଅଧିକ ଅର୍ଥ ଆବଣ୍ଟନ କରିଛନ୍ତି । ଉଭୟ କ୍ଷେତ୍ର ପାଇଁ ପ୍ରାୟ ୬-୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଅନ୍ୟପଟେ ଶିକ୍ଷା ଓ ସ୍ୱାସ୍ଥ୍ୟ ମଧ୍ୟ ଆବଣ୍ଟନ ରାଶିକୁ ବଢାଯାଇଛି ।

ଅର୍ଥମନ୍ତ୍ରୀ ବଜେଟରେ ପରିବହନ ଉପରେ ସବୁଠୁ ଅଧିକ ୫,୯୮,୫୨୦ କୋଟି ଟଙ୍କା ଖର୍ଚ୍ଚ ପାଇଁ ପ୍ରସ୍ତାବ ଦେଇଛନ୍ତି । ଅନ୍ୟପଟେ ପ୍ରତିରକ୍ଷା ଉପରେ ୫,୯୪,୫୮୫ ଟଙ୍କା ଖର୍ଚ୍ଚ କରାଯିବ । ଗୃହ ବ୍ୟାପାର ପାଇଁ ୨,୫୫,୨୩୪ କୋଟି ଖର୍ଚ୍ଚ ପ୍ରସ୍ତାବ ରହିଛି । କୃଷି ଓ ଆନୁସଙ୍ଗିକ ପାଇଁ ୧,୬୨,୬୭୧ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଶିକ୍ଷା ଉପରେ ୧,୩୯,୨୮୯ କୋଟି ଟଙ୍କା, ଉର୍ଜା ଉପରେ ୧,୦୯,୦୨୯ କୋଟି ଟଙ୍କା ଓ ସ୍ୱାସ୍ଥ୍ୟ ଉପରେ ୧,୦୪,୫୯୯ କୋଟି ଟଙ୍କା ଆବଣ୍ଟନ କରାଯାଇଛି ।

ନଗର ଉନ୍ନୟନ ପାଇଁ ୮୫,୫୨୨ କୋଟି, ଆଇଟି ଓ ଟେକ୍ନୋଲୋଜି ସେକ୍ଟର ପାଇଁ ୭୪,୫୬୦ କୋଟି, ବାଣିଜ୍ୟ ଓ ଶିଳ୍ପ ପାଇଁ ୭୦,୨୯୬ କୋଟି ଟଙ୍କା, ସାମାଜିକ କଲ୍ୟାଣ ୬୨,୩୬୨ କୋଟି ଟଙ୍କା, ସାଇଣ୍ଟିଫିକ୍ ଡିପାର୍ଟମେଣ୍ଟ ଉପରେ ୫୫,୭୫୬ କୋଟି, ଟିକସ ପରିଚାଳନା ଉପରେ ୪୫,୫୦୦ କୋଟି, ବିଦେଶ ବ୍ୟାପର ଉପରେ ୨୨,୧୧୯ କୋଟି, ଅର୍ଥ ବିଭାଗ ପାଇଁ ୨୦,୬୪୯ କୋଟି ଓ ପୂର୍ବୋତ୍ତର ବିକାଶ ପାଇଁ ୬୮୧୨ କୋଟି ଟଙ୍କା ପ୍ରସ୍ତାବ ଦିଆଯାଇଛି ।

Scroll to Top