ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମୋନ୍ଥା’, ମଙ୍ଗଳବାର କରିବ ଲ୍ୟାଣ୍ଡଫଲ୍

ବଙ୍ଗୋପସାଗରରେ-ସୃଷ୍ଟି-ହେଲା-ବାତ୍ୟା-‘ମୋନ୍ଥା’,-ମଙ୍ଗଳବାର-କରିବ-ଲ୍ୟାଣ୍ଡଫଲ୍

ଭୁବନେଶ୍ୱର ୨୭।୧୦ : ସୃଷ୍ଟି ହେଲା ବାତ୍ୟା ମୋନ୍ଥା ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ମୋନ୍ଥା‘ । କାକିନାଡ଼ା ଠାରୁ ୬୮୦ କିମି ଦୂରରେ ଅବସ୍ଥିତ ହୋଇଛି ‘ମୋନ୍ଥା‘ । ଏହା ଘଣ୍ଟା ପ୍ରତି ୧୬ କିମି ବେଗରେ ଗତି କରୁଛି । ଆଗାମୀ ୧୨ ଘଣ୍ଟାରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମକୁ ଗତି କରିବ । ମଙ୍ଗଳବାର ସକାଳ ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେଇପାରେ ‘ମୋନ୍ଥା‘ । ମଙ୍ଗଳବାର ସଂଧ୍ୟା କିମ୍ବା ରାତିରେ ଏହା ଲ୍ୟାଣ୍ଡଫଲ କରିବ । ପରେ ଏହା ମଛଲିପଟନମ ଓ କଳିଙ୍ଗପଟନମ ମଝି କାକିନାଡ଼ା ଦେଇ ଅତିକ୍ରମ କରିବ । ତେବେ ଲ୍ୟାଣ୍ଡଫଲ୍ ସମୟରେ ପବନର ସର୍ବାଧିକ ବେଗ ୧୧୦ କିମି ରହିବ ବୋଲି ସୂଚନା ମିଳିଛି ।

​​​​​​​ପାଣିପାଗ ବିଭାଗର ସୂଚନା ମୁତାବକ, ବାତ୍ୟା ରୂପ ନେଇଛି ଗଭୀର ଅବପାତ । ଏହାପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହେବ । ଗୋପାଳପୁର ଠାରୁ ୮୬୦ କିମି ଏବଂ କାକିନାଡ଼ା ଠାରୁ ୭୧୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି l ୨୮ ତାରିଖ ସକାଳେ  (ମଙ୍ଗଳବାର) ଭୀଷଣ ବାତ୍ୟା (ପବନର ବେଗ  ୮୦ରୁ ଅଧିକ)ରେ ରୂପାନ୍ତରିତ ହେବ । ସଂଧ୍ୟା ୬ଟାରୁ ୯ଟା ମଧ୍ୟରେ ସ୍ଥଳଭାଗରେ ପ୍ରବେଶ କରିବ । ତେବେ ଓଡ଼ିଶା ଉପରେ ଏହାର ବିଶେଷ  ପ୍ରଭାବ ରହିବନି । ତଥାପି ୨୯ ତାରିଖ  ଯାଏ ଦକ୍ଷିଣ ଓଡ଼ିଶା ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ସୋମବାରଠାରୁ ବର୍ଷା ଆରମ୍ଭ ହୋଇଯିବ। ବାତ୍ୟା ମୁକାବିଲା ପାଇଁ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚଳାଇଛନ୍ତି । ୯ଟି ଜିଲ୍ଲାରେ ସରକାରୀ ଛୁଟି ବାତିଲ ହୋଇଛି । କ୍ଷତିଗ୍ରସ୍ତ ହେବାକୁ ଥିବା ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର ପାଇଁ ୧୨୮ଟି ଟିମ୍‌ ଗଢ଼ିଛି ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍‌ଆରସି) ।

ଅନ୍ୟପଟେ ବାତ୍ୟା ପ୍ରସ୍ତୁତି ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ରବିବାର ଏସ୍‌ଆରସି କାର୍ଯ୍ୟାଳୟରେ ସ୍ଥିତିର ସମୀକ୍ଷା କରିଛନ୍ତି। ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ୨୪ ଓଡ୍ରାଫ୍‌, ୫ଟି ଏନଡିଆରଏଫ୍‌ ଓ ୯୯ ଅଗ୍ନିଶମ ଟିମ୍‌ ମୁତୟନ ହେବେ। ପ୍ରଭାବିତ ହେବାକୁ ଥିବା ୮ଟି ଜିଲ୍ଲା ବ୍ୟତୀତ ଅନ୍ୟ ୨୨ଟି ଜିଲ୍ଲାରେ ବାତ୍ୟା ପ୍ରଭାବରେ ବର୍ଷାର ସମ୍ଭାବନା ଅଛି। ବାତ୍ୟା ସ୍ଥିତିର ମୁକାବିଲା ପାଇଁ ସବୁ ବିଭାଗ ସହ ଆଲୋଚନା ହୋଇଛି। ସୋମବାର ୫ଟା ସୁଦ୍ଧା ତଳିଆ ଅଞ୍ଚଳରୁ ଲୋକଙ୍କ ସ୍ଥାନାନ୍ତର ଶେଷ ହେବ । କେବଳ ରେଡ୍‌ ୱାର୍ଣ୍ଣିଂ ପାଇଥିବା ଜିଲ୍ଲା ନୁହେଁ, ଅନ୍ୟ ଜିଲ୍ଲାରେ ମଧ୍ୟ ପ୍ରସ୍ତୁତି କରାଯାଇଛି ବୋଲି କହିଛନ୍ତି।  ​​​​​​​​​

Scroll to Top