ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ, ୨୭ ସକାଳେ ନେବ ବାତ୍ୟାର ରୂପ !
Published By: Kirti – Prameya-News7 Bureau | October 25, 2025 09:23 AM
NEWS7
ଭୁବନେଶ୍ୱର ୨୫।୧୦ : ବାତ୍ୟାକୁ ନେଇ ଆସିଲା ବଡ଼ ଖବର। ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ। ସୁଦୃଶ ଲଘୁଚାପ କ୍ଷେତ୍ର ଏବେ ଅବପାତରେ ପରିଣତ ହୋଇଛି। ଏହା ଘନୀଭୂତ ହୋଇ କାଲି ଗଭୀର ଅବପାତର ରୂପ ନେବ। ୨୭ ତାରିଖ ସକାଳେ ବାତ୍ୟାର ରୂପ ନେବ। ଏହାର ଗତିପଥ ନେଇ ଏଯାଏଁ କିଛି ସ୍ପଷ୍ଟ ହୋଇନାହିଁ।
ତେବେ ଆଇଏମଡିର ପୂର୍ବାନୁମାନ କହୁଛି ବାତ୍ୟା ହେଲେ ଓଡ଼ିଶାରେ କମ୍, ଆନ୍ଧ୍ର ଉପରେ ଅଧିକ ପ୍ରଭାବ ରହିବ। ୨୭ରୁ ୨୯ ଯାଏଁ ରାଜ୍ୟରେ ବର୍ଷା ହେବ। ଦକ୍ଷିଣ ଓ ଉପକୂଳରେ ବେଶି ବର୍ଷିବ। ଓଡ଼ିଶା ଉପକୂଳରେ ୨୮ ଓ ୨୯ରେ ପବନର ବେଗ ୫୦ ରୁ ୬୦ କିମି ରହିବ। ୭୦ କିମି ବେଗରେ ଝଟ୍କା ପବନ ବହିବ। ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି। ସମ୍ଭାବ୍ୟ ବାତ୍ୟା ସ୍ଥିତି ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଏଥିପାଇଁ ରାଜ୍ୟବାସୀ ଆତଙ୍କିତ ନହେବାକୁ ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।




