ନୂଆଦିଲ୍ଲୀ ୨୨।୧୦; ବଲିଉଡ୍ ଷ୍ଟାର୍ ଦୀପିକା ପାଦୁକୋନ ଏବଂ ରଣବୀର ସିଂ । ସୁପରଷ୍ଟାର ରଣବୀର ସିଂହ ଏବଂ ଦୀପିକା ପାଦୁକୋନ। ଗତ ବର୍ଷ ସେମାନଙ୍କର ଝିଅ ଦୁଆଙ୍କୁ ସ୍ୱାଗତ କରିଥିଲେ। ଏହି ଦୀପାବଳିରେ, ରଣବୀର ଏବଂ ଦୀପିକା ପ୍ରଥମ ଥର ପାଇଁ ସେମାନଙ୍କର ଝିଅ ଦୁଆ ସିଂହଙ୍କ ଫେସ୍ ରିଭିଲ କରିଥିଲେ।ଯାହାକୁ ଦେଖି ଫ୍ୟାନ୍ସ ଖୁସି ହୋଇଯାଇଛନ୍ତି । ଦୁଆଙ୍କ ଫଟୋ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି।

ଫଟୋରେ ଦୀପିକା-ରଣବୀର ସମସ୍ତେ ଟ୍ରାଡିସନାଲ ପୋଷାକ ପିନ୍ଧିଛନ୍ତି। ରଣବୀର କ୍ରିମ୍ ରଙ୍ଗର କୁର୍ତ୍ତା ପିନ୍ଧିଥିବା ବେଳେ ଦୀପିକା ଗାଢ଼ ଲାଲ୍ ରଙ୍ଗର ଶାଢ଼ୀ ଓ ଗହଣା ପିନ୍ଧିଛନ୍ତି। ଦୁଆ ମଧ୍ୟ ଲାଲ୍ ରଙ୍ଗର ଫ୍ରକ୍ ପିନ୍ଧିଛନ୍ତି। ଫଟୋ ସେୟାର କରି ସେମାନେ ଲେଖିଛନ୍ତି, “ଦୀପାବଳିର ହାର୍ଦ୍ଦିକ ଶୁଭକାମନା।”
ଏହି ପାୱାର କପଲ ଏକ ବର୍ଷ ପର୍ଯ୍ୟନ୍ତ ପାପାରାଜି କ୍ୟାମେରାରୁ ନିଜ ଝିଅକୁ ଲୁଚାଇ ରଖିଥିଲେ, ଦୀପାବଳି ଅବସରରେ ସୋସିଆଲ ମିଡିଆରେ ଦୁଆଙ୍କ ପ୍ରଥମ ଝଲକ ସେୟାର କରିଥିଲେ। ଫଟୋ ଗୁଡ଼ିକ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଦୀପିକା ଏବଂ ରଣବୀର ସିଂହଙ୍କ ଝିଅ ଅତ୍ୟନ୍ତ ସୁନ୍ଦର। ଦୀପିକା ସେପ୍ଟେମ୍ବର ୮, ୨୦୨୪ରେ ତାଙ୍କ ଝିଅ ଦୁଆଙ୍କୁ ଜନ୍ମ ଦେଇଥିଲେ।




