ଫୁଲୁଛି ବ୍ରାହ୍ମଣୀ ନଦୀ : ବସ୍ତିରେ ପଶିଲା ପାଣି, ୧୦ ପରିବାର ପାଣି ଘେରରେ

ଫୁଲୁଛି-ବ୍ରାହ୍ମଣୀ-ନଦୀ-:-ବସ୍ତିରେ-ପଶିଲା-ପାଣି,-୧୦-ପରିବାର-ପାଣି-ଘେରରେ

ଫୁଲୁଛି ବ୍ରାହ୍ମଣୀ ନଦୀ : ବସ୍ତିରେ ପଶିଲା ପାଣି, ୧୦ ପରିବାର ପାଣି ଘେରରେ

Published By : Prameya-News7 Bureau | August 24, 2025 IST

ରାଉରକେଲା ୨୪।୮: ଲଘୁଚାପ ପ୍ରଭାବରେ ଉପରମୁଣ୍ଡ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ।  କୋଏଲ ସହ ଶଙ୍ଖ ନଦୀରେ ବନ୍ୟା ପାଣି ଯୋଗୁଁ ଫୁଲୁଛି ରାଉରକେଲାରେ ବ୍ରାହ୍ମଣୀ ନଦୀ । ଫଳରେ ବ୍ରାହ୍ମଣୀ ପଠାରେ ଥିବା ବାଲୁଘାଟ ବସ୍ତିରେ ପଶିଛି ପାଣି । 

ସେପଟେ ମନ୍ଦିରେ ଡ୍ୟାମ୍ ଖୋଲିଛି ଗେଟ୍ । ବାଲୁଘାଟର ୧୦ ଘର ପାଣି ଘେରରେ ଥିବା ବେଳେ ପାଣି ବଢ଼ୁଥିବାରୁ ଚିନ୍ତାରେ ବସ୍ତିବାସୀ । ୪ ପରିବାରଙ୍କୁ ସ୍ଥାନାନ୍ତର କରି ସ୍ଥାନୀୟ ସ୍କୁଲ ଘରେ ରଖାଯାଇଛି । ପ୍ରଶାସନ ତରଫରୁ ସେମାନଙ୍କୁ ଶୁଖିଲା ସହ ରନ୍ଧା ଖାଦ୍ୟ ଦେବାର ବ୍ୟବସ୍ଥା କରିଛି ପ୍ରଶାସନ । 

ଅସରାଏ ବର୍ଷା ହେଲେ ବାଲୁଘାଟ ବସ୍ତିବାସୀଙ୍କ ପାଇଁ କାଳ । ସହରର ମାଷ୍ଟର ଡ଼୍ରେନର ଭୁଲ କାମ ଯୋଗୁଁ ପ୍ରତ୍ୟେକ ସମୟରେ ବସ୍ତିରେ ପଶୁଛି ପାଣି ଲୋକେ ହେଉଛନ୍ତି ହରରାଣ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top