ଫାଟିଲା ଗ୍ୟାସ୍ ସିଲିଣ୍ଡର, ହୁତ ହୁତ ହୋଇ ଜଳିଗଲା ୧୦ ଦୋକାନ

ଫାଟିଲା-ଗ୍ୟାସ୍-ସିଲିଣ୍ଡର,-ହୁତ-ହୁତ-ହୋଇ-ଜଳିଗଲା-୧୦-ଦୋକାନ

ଫାଟିଲା ଗ୍ୟାସ୍ ସିଲିଣ୍ଡର, ହୁତ ହୁତ ହୋଇ ଜଳିଗଲା ୧୦ ଦୋକାନ

ଗ୍ୟାସ୍ ସିଲିଣ୍ଡର ଫାଟି ଜଳିଗଲା ଦୋକାନ । ଅନୁଗୁଳ ବନ୍ତଳା ଛକରେ ବଡ଼ ଧରଣର ଭୟାବହ ଅଗ୍ନିକାଣ୍ଡ । ଜଳଖିଆ ଦୋକାନରେ ଫାଟିଲା ଗ୍ୟାସ୍ ସିଲିଣ୍ଡର ।

Published By: Ruby – Prameya-News7 Bureau | March 12, 2026 06:14 PM

NEWS7

Fire Mishap

ଅନୁଗୋଳ ୧୨।୩: ଚାହୁଁ ଚାହୁଁ ହୁତ ହୁତ ହୋଇ ବନ୍ତଳା ଛକରେ ଜଳିଗଲା ୧୦ଟି ଦୋକାନ । ପ୍ରଥମେ ଜଳଖିଆ ଦୋକାନରେ ଅଗ୍ନିକାଣ୍ଡ ହୋଇଥିଲା । ଗ୍ୟାସ୍ ସିଲିଣ୍ଡର ଫାଟିଥିଲା । ତାପରେ ନିଆଁ ବ୍ୟାପି ଯାଇଥିଲା ପାଖ ଦୋକାନକୁ । ପାଖକୁ ଲାଗି ରହିଥିଲା ଆଉ ଗୋଟିଏ ଜଳଖିଆ ଦୋକାନ । ତାପରେ ଗ୍ରୋସରୀ ଦୋକାନ, ଲୁଗା ଦୋକାନ, ଚା’ ଦୋକାନ, ଷ୍ଟେସନାରୀ ଦୋକାନ ଏପରି ୧୦ଟି ଦୋକାନ ଜଳି ନିମିଷକ ମଧ୍ୟରେ ଜଳି ପାଉଁଶ ହୋଇଯାଇଛି ।

​​​​​​​ଏ ଖବର ବି ପଢ଼ନ୍ତୁ:- ବ୍ୟାଙ୍କ୍ ସିକ୍ୟୁରିଟି ଗାର୍ଡଙ୍କ ଘରେ ଭଡ଼ାରେ ରହୁଥିଲେ କିରାଣୀ, କ’ଣ ପାଇଁ ହେଲା ଏମିତି…

ଖବର ପାଇ ବନ୍ତଳାରୁ ଗୋଟିଏ, ଅନୁଗୋଳରୁ ଦୁଇଟି ଦମକଳ ଆସି ପହଁଚି ଥିଲା । ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା । ପରେ ବଅଁରପାଳରୁ ଗୋଟିଏ ଗାଡି ଆସି ପହଁଚିଲା । ଦୀର୍ଘ ଘଣ୍ଟାଏ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଛି । ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇ ଯାଇଥିବା ବେଳେ ନିଆଁକୁ ଲିଭାଇବାକୁ ପାଣି ମୁଖ୍ୟ ସମସ୍ୟା ରହିଥିଲା । ତଥାପି ଲୋକଙ୍କ ସହାୟତା ଏବଂ ଦମକଳ ବାହିନୀର ସହାୟତାରେ ନିଆଁକୁ ଆୟତ୍ତ କରାଯାଇଛି ।

Scroll to Top