ଫାଟିଲା ଓପିଜିସି ପାଉଁଶ ପାଇପ୍ ଲାଇନ୍, ଲୋକଙ୍କ ଘରେ ଏବଂ ଚାଷ ଜମିରେ ମାଡିଗଲା ପାଉଁଶ ପାଣି

ଫାଟିଲା-ଓପିଜିସି-ପାଉଁଶ-ପାଇପ୍-ଲାଇନ୍,-ଲୋକଙ୍କ-ଘରେ-ଏବଂ-ଚାଷ-ଜମିରେ-ମାଡିଗଲା-ପାଉଁଶ-ପାଣି

ଫାଟିଲା ଓପିଜିସି ପାଉଁଶ ପାଇପ୍ ଲାଇନ୍, ଲୋକଙ୍କ ଘରେ ଏବଂ ଚାଷ ଜମିରେ ମାଡିଗଲା ପାଉଁଶ ପାଣି

Published By: Ruby – Prameya-News7 Bureau | November 16, 2025 03:16 PM

NEWS7

Jharsuguda

ଝାରସୁଗୁଡା ୧୧: ଝାରସୁଗୁଡା ଜିଲ୍ଲା ବନହରପାଲି ସ୍ଥିତ ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ ଓପିଜିସିର ଫାଟିଲା ପାଉଁଶ ପାଇପ୍ ଲାଇନ୍ l ପାଉଁଶ ପାଣି ପଶିଲା ଲୋକଙ୍କ ଘରେ ଏବଂ ଚାଷ ଜମିରେ l ରବିବାର ଭୋର ୩ ଟାରୁ ଏହି ପାଉଁଶ ପାଇପ୍‌ ଫାଟିଥିବା ସ୍ଥାନୀୟ ଲୋକେ ସୂଚନା ଦେଇଥିବା ବେଳେ ପାଉଁଶ ପାଣି ମାଡି ଯାଇ ୪ ଏକରରୁ ଉର୍ଦ୍ଧ୍ବ ଚାଷ ଜମି ନଷ୍ଟ ହୋଇଛି, ସେହିପରି ବନହରପାଲିର ଉମାଶଙ୍କର ସିଂଙ୍କ ଘରେ ପାଉଁଶ ପାଣି ପଶିଛି l

​​​​​​​

ଏକ ବର୍ଷ ପୂର୍ବରୁ ଓପିଜିସିର ପାଉଁଶ ପୋଖରୀ ହିଡ଼ ଭାଙ୍ଗି ମଧ୍ୟ ବ୍ୟାପକ କ୍ଷତି ହୋଇଥିବା ବେଳେ ପୁଣି ପାଇପ୍ ଫାଟି ପାଉଁଶ ମାଡିଯିବାରୁ ଲୋକେ ଭୟଭୀତ ଅଛନ୍ତି l ଏହି ପାଉଁଶ ପାଣି ଚାଷ ଜମି, ଘରଦ୍ୱାର, ଗାଁ ପୋଖରୀରେ ମାଡିଯାଇ ବ୍ୟାପକ କ୍ଷତି କରିଛି l ଓପିଜିସି ଏହାର ଆକଳନ କରି ତୁରନ୍ତ କ୍ଷତିପୂରଣ ଯୋଗାଉ ଏବଂ ଜିଲ୍ଲା ପ୍ରଶାସନ ଓପିଜିସି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି l ଅନ୍ୟପଟେ ବହୁଥିବା ପାଉଁଶ ପାଣିକୁ ରୋକାଯିବା ସହ ଏହାର ମରାମତି କାର୍ଯ୍ୟ ଆରମ୍ଭ କରାଯାଇଥିବା ଓପିଜିସି ପକ୍ଷରୁ ସୂଚନା ଦିଆଯାଇଛି l

Scroll to Top