ଫଳାଫଳ ନେଇ ବିଜେଡି ନେତାଙ୍କ ପ୍ରତିକ୍ରିୟା, ସରକାରୀ କଳର ଅପବ୍ୟବହାର କରିଛି ବିଜେପି

ଫଳାଫଳ-ନେଇ-ବିଜେଡି-ନେତାଙ୍କ-ପ୍ରତିକ୍ରିୟା,-ସରକାରୀ-କଳର-ଅପବ୍ୟବହାର-କରିଛି-ବିଜେପି

ଫଳାଫଳ ନେଇ ବିଜେଡି ନେତାଙ୍କ ପ୍ରତିକ୍ରିୟା, ସରକାରୀ କଳର ଅପବ୍ୟବହାର କରିଛି ବିଜେପି

Published By: Prativa – Prameya-News7 Bureau | November 14, 2025 02:38 PM

NEWS7

devi mishra reaction

ଭୁବନେଶ୍ୱର ୧୪/୧୧: ନୂଆପଡ଼ାରେ ବଡ଼ ବିଜୟ ଅଭିମୁଖେ ବିଜେପି । ବିପୁଳ ପରିମାଣର ଭୋଟ ହାତେଇ ଗଡ ଜିତିବ ଭାରତୀୟ ଜନତା ପାର୍ଟି । ମୋଟାମୋଟି ଭାବେ କହିବାକୁ ଗଲେ ବିଜେଡି ଗଡ଼ରେ ଫୁଟିବ ପଦ୍ମ । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର । ସେ କହିଛନ୍ତି ନୂଆପଡ଼ା ଫଳାଫଳ ସମସ୍ତଙ୍କୁ ଚକିତ କରିଛି । ତେବେ ‘ବିଜେପି ସରକାରୀ କଳର ଅପବ୍ୟବହାର କରିଛି ।

ସରକାରୀ କଳ-ବଳ ଦ୍ୱାରା ବିଜେପି ନିର୍ବାଚନ ଲଢ଼ିଥିଲା। ନୂଆପଡା ବାସୀ ଅନେକ ସମସ୍ୟାକୁ ନେଇ ମୁହଁ ଖୋଲୁଥିଲେ। ହେଲେ ହଠାତ୍ ସବୁ ପରିବର୍ତନ ହେବା କେଉଁଠି ନା କେଉଁଠି ସମସ୍ତଙ୍କୁ ବ୍ୟଥିତ କରିଛି । ବିଜେଡି ବି ଅନେକ ଉପନିର୍ବାଚନକୁ ସାମ୍ନା କରିଛି । ନିର୍ବାଚନ ଜିତିଛି ହାରିଛି ମଧ୍ୟ୍ୟ ହେଲେ ନୂଆପଡା ନିର୍ବାଚନ ଫଳାଫଳ କିଛି ଅଲଗା ଆବାସ ଦେଉଛି ଗଣତନ୍ତ୍ରର ହତ୍ୟା କରାଯାଉଛି। 

Scroll to Top