ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍, ଏକାସାଙ୍ଗେ ୩ଟି ସ୍ଥାନରେ ଚାଲିଛି ଚଢାଉ

ଫରେଷ୍ଟରଙ୍କ-ଘରେ-ଭିଜିଲାନ୍ସ-ରେଡ୍,-ଏକାସାଙ୍ଗେ-୩ଟି-ସ୍ଥାନରେ-ଚାଲିଛି-ଚଢାଉ

ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍, ଏକାସାଙ୍ଗେ ୩ଟି ସ୍ଥାନରେ ଚାଲିଛି ଚଢାଉ

Published By: Kirti – Prameya-News7 Bureau | February 20, 2026 08:12 AM

NEWS7

Vigilance

ଭୁବନେଶ୍ୱର ୨୦।୦୨ : ଭିଜିଲାନ୍ସ ଜାଲରେ ଫରେଷ୍ଟର ବାବୁ । ଭବାନୀପାଟଣା ରେଞ୍ଜର ଭଟାଙ୍ଗପଦର ସେକ୍ସନର ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ରେଞ୍ଜର ଭଟାଙ୍ଗପଦର ସେକ୍ସନ ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ । ତେବେ ଚଢାଉ ହେଉଥିବା ସ୍ଥାନ ମଧ୍ୟରେ ଅଫିସ ଓ ବାସଭବନ ରହିଛି । ଏହି ଚଢାଉରେ ୪ ଡିଏସ୍‌ପି, ୭ ଜଣ ଇନ୍ସପେକ୍ଟର, ୪ଜଣ ଏସ୍‌ଏଆଇ ସାମିଲ ଅଛନ୍ତି । ଭିଜିଲାନ୍ସ ପକ୍ଷରୁ ହୋଇଥିବା ଚଢାଉରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଛି ।

Scroll to Top