ପୟାଶ୍ରାଦ୍ଧ ପାଇଁ ପୁରୀରେ କଡ଼ା ସୁରକ୍ଷା, ମୁତୟନ ହେବେ ୨୮ ପ୍ଲାଟୁନ ପୋଲିସ ଫୋର୍ସ

ପୟାଶ୍ରାଦ୍ଧ-ପାଇଁ-ପୁରୀରେ-କଡ଼ା-ସୁରକ୍ଷା,-ମୁତୟନ-ହେବେ-୨୮-ପ୍ଲାଟୁନ-ପୋଲିସ-ଫୋର୍ସ

ପୟାଶ୍ରାଦ୍ଧ ପାଇଁ ପୁରୀରେ କଡ଼ା ସୁରକ୍ଷା, ମୁତୟନ ହେବେ ୨୮ ପ୍ଲାଟୁନ ପୋଲିସ ଫୋର୍ସ

Published By: Kirti – Prameya-News7 Bureau | October 19, 2025 12:08 PM

NEWS7

puri sp

ପୁରୀ ୧୯।୧୦ : ସୋମବାର ପବିତ୍ର ଦୀପାବଳି ବା ପୟାଶ୍ରାଦ୍ଧ। ଶ୍ରୀକ୍ଷେତ୍ରରେ କାଉଁରିଆ କାଠି ଜାଳି ବଡ଼ବଡ଼ିଆ ଡାକିବେ ଶ୍ରଦ୍ଧାଳୁ। ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ପ୍ରବଳ ଭକ୍ତଙ୍କ ସମାଗମ ହେବ। ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଭାବେ ବଡ଼ବଡ଼ିଆ ଡାକିବା ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା।

ତେବେ ସୁରକ୍ଷା ଦାୟିତ୍ବରେ ୨୮ ପ୍ଲାଟୁନ ପୋଲିସ ଫୋର୍ସ ସହିତ ୪ ଜଣ ଅତିରିକ୍ତ ଏସପି, ୧୫ ଡିଏସପି, ୧୪ ଜଣ ଇନ୍ସପେକ୍ଟର ମୁତୟନ ହେବେ। ସିଂହଦ୍ଵାର ନିକଟରେ କାଉଁରିଆ କାଠି ଜାଳି ବଡ଼ବଡ଼ିଆ ଡାକିବା ପାଇଁ ଚାରୋଟି ସ୍ଥାନ ନିରୂପଣ କରାଯାଇଛି। ୨୦ ଏବଂ ୨୧ ତାରିଖ ଦୁଇଦିନ ପାଇଁ କରାଯାଇଛି ବ୍ୟବସ୍ଥା। ଭୋର ୪ ଟା ରୁ ରାତି ୧୦ ଟା ଯାଏଁ ଲାଗୁ ହେବ ଟ୍ରାଫିକ କଟକଣା। ମାର୍କେଟ ଛକ ଠାରୁ ନୋ ଭେହିକିଲ ଜୋନ୍ କରାଯାଇଛି ବୋଲି ପୁରୀ ଏସପି ପ୍ରତୀକ ସିଂ ଙ୍କ ସୂଚନା ଦେଇଛନ୍ତି

Scroll to Top