ପ୍ରେମିକାର ବେକ କାଟିଦେଲା ପ୍ରେମିକ, ଫୋନ୍‌ରେ କଥା ହେବାକୁ ହୋଇଥିଲା ଯୁକ୍ତିତର୍କ

ପ୍ରେମିକାର-ବେକ-କାଟିଦେଲା-ପ୍ରେମିକ,-ଫୋନ୍‌ରେ-କଥା-ହେବାକୁ-ହୋଇଥିଲା-ଯୁକ୍ତିତର୍କ

ପ୍ରେମିକାର ବେକ କାଟିଦେଲା ପ୍ରେମିକ, ଫୋନ୍‌ରେ କଥା ହେବାକୁ ହୋଇଥିଲା ଯୁକ୍ତିତର୍କ

Published By: Kirti – Prameya-News7 Bureau | November 10, 2025 07:53 AM

NEWS7

love case

କରଞ୍ଜିଆ ୧୦।୧୧ : ପ୍ରେମର ସାଂଘାତିକ ଚିତ୍ର । ବ୍ଲେଡ୍‌ ସାହାଯ୍ୟରେ ପ୍ରେମିକାର ବେକ କାଟିଲା ପ୍ରେମିକ । ଗୁରୁତର ଅବସ୍ଥାରେ ପ୍ରେମିକା ନିକଟସ୍ଥ ମେଡିକାଲରେ ଭର୍ତ୍ତି । ବାକି ପ୍ରେମିକକୁ ଥାନାରେ ଅଟକ ରଖିଛି ପୋଲିସ । ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ଇଟାମୁଣ୍ଡି ଛକରେ ଘଟିଛି ଏହି ଘଟଣା ।

ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ପ୍ରେମିକର ଘର । ବାକି ପ୍ରେମିକା ଘର ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ମହାରାଜପୁର ଗାଁ । ଉଭୟ ଉଭୟଙ୍କ ଗତ କିଛି ଦିନ ହେବ ପ୍ରେମ କରୁଥିଲେ । ସବୁ ଠିକ୍‌ଠାକ୍‌ ଚାଲିଥିଲା । ହେଲେ ରବିବାର ବିଳମ୍ବିତ ରାତିରେ ପ୍ରେମିକା ଜଣଙ୍କ ଫୋନ୍‌ ନକାଟିବାରୁ ରାଗିଯାଇଥିଲା ପ୍ରେମିକ । ଶେଷରେ ଉତ୍‌କ୍ଷିପ୍ତ ହୋଇ ପ୍ରେମିକ ଜଣଙ୍କ ଘରେ ପଶି ପ୍ରେମିକାର ବେକ ବ୍ଲେଡ୍‌ରେ କାଟିଦେଇଛି । ଯାହାପରେ ଗୁରୁତର ଅବସ୍ଥାରେ ପ୍ରେମିକାକୁ ନିକଟସ୍ଥ ଯଶିପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ବାକି ଅଭିଯୁକ୍ତ ପ୍ରେମିକକୁ ଅଟକ ରଖିଛି ପୋଲିସ ।

Scroll to Top