ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିତ୍ୟକ୍ତ ଶୌଚାଳୟରୁ ଦୁଇଟି କଙ୍କାଳ ଠାବ, ଖୋଳତାଡ଼ କରୁଛି ପୋଲିସ
Published By: Ruby – Prameya-News7 Bureau | October 12, 2025 01:18 PM
NEWS7
ପାଟଣାଗଡ଼ ୧୨।୧୦: ପରିତ୍ୟକ୍ତ ଶୌଚାଳୟରେ ପଡିଛି କଙ୍କାଳ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଭଇଁଷା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ପୁରୁଣା ପରିତ୍ୟକ୍ତ ଶୌଚାଳୟରେ କଙ୍କାଳ ପଡିଥିବା ଦେଖିବାକୁ ମିଳିଛି । ଗ୍ରାମବାସୀ ମାନେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କଙ୍କାଳ ଦୁଇଟି କାହାର ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଭଇଁଷା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପୁରୁଣା ପରିତ୍ୟକ୍ତ ଶୌଚାଳୟର ଦୁଇଟି ଗାଧୁଆଘରୁ ଦୁଇଟି କଙ୍କାଳ ଠାବ ହୋଇଛି । ରବିବାର ସକାଳୁ କିଛି ଗ୍ରାମବାସୀ ଏହା ଦେଖିବାକୁ ପାଇଥିଲେ । ଏ ଘଟଣା ପ୍ରଘଟ ହେବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ଘଟଣାସ୍ଥଳକୁ ଯାଇ ଦେଖିବା ସହ ପାଟଣାଗଡ଼ ଥାନାକୁ ଖବର ଦେଇଥିଲେ । ଖବର ପାଇ ପାଟଣାଗଡ଼ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ତେବେ କଙ୍କାଳ ଦୁଇଟି ଶିଶୁଙ୍କର ସନ୍ଦେହ କରାଯାଉଛି । ଏହା ଅବାଞ୍ଛିତ ଗର୍ଭ ଭ୍ରୁଣ ବୋଲି ମଧ୍ୟ କେହି କେହି କହୁଛନ୍ତି । ତେବେ ଏ ନେଇ ଅଧିକ ତଦନ୍ତ କରାଯାଉଥିବା ଜଣାପଡିଛି ।




