ପ୍ରଶାସନର ବଡ଼ ନିଷ୍ପତ୍ତି, ଗୁଟଖା ବିକିଲେ ରଦ୍ଦ ହେବ ଲାଇସେନ୍ସ

ପ୍ରଶାସନର-ବଡ଼-ନିଷ୍ପତ୍ତି,-ଗୁଟଖା-ବିକିଲେ-ରଦ୍ଦ-ହେବ-ଲାଇସେନ୍ସ

ପ୍ରଶାସନର ବଡ଼ ନିଷ୍ପତ୍ତି, ଗୁଟଖା ବିକିଲେ ରଦ୍ଦ ହେବ ଲାଇସେନ୍ସ

Published By: Deepak – Prameya-News7 Bureau | January 28, 2026 08:27 PM

NEWS7

Gutkha

ଭୁବନେଶ୍ଵର: ଗୁଟଖା ବିକିଲେ ରଦ୍ଦ ହେବ ଲାଇସେନ୍ସ । ଏମିତି ବଡ଼ ନିଷ୍ପତି ନେଇଛି ଭୁବନେଶ୍ଵର ମହାନଗର ନିଗମ । ଭେଣ୍ଡିଂ ଜୋନ , ଓମ୍ଫେଡ଼, ଓପେଲଫେଡ ମାଲିକ ଅମାନିଆ ହେଲେ ହେବ କାର୍ଯ୍ୟାନୁଷ୍ଠାନ । ଏହି ନିଷ୍ପତି ହୋଇଛି ଆଜି ବିଏମସିର କର୍ପୋରେସନ ବୈଠକରେ । ଉଲ୍ଲେଖନୀୟ ରାଜ୍ୟ ସରକାର ରାଜ୍ୟରେ ଗୁଟଖା ବ୍ୟାନ କରିବା ପରେ ଧରପଗଡ଼  ଚାଲିଛି। ତେଣୁ ରାଜଧାନ

ରାଜଧାନୀରେ ଜୋରଦାର ହେବ ଗୁଟଖା ଏନଫୋର୍ସମେଣ୍ଟ। ବିଏମସି ଅଞ୍ଚଳରେ ସମ୍ପୂର୍ଣ୍ଣ ନିଷେଷ ହେବ ଗୁଟଖା ବିକ୍ରି। ଅନ୍ୟ ଦୋକାନରେ ମଧ୍ୟ କଡାକଡି ଏନ୍ଫୋର୍ସମେଣ୍ଟ ହେବ । ସରକାର କରିଥିବା ନିୟମକୁ କଡ଼ାକଡ଼ି ପାଳନ କରାଯିବ ବୋଲି ମେୟର କହିଛନ୍ତି। ଏହା ଛଡ଼ା ବିଏମସି ଅଞ୍ଚଳରେ ଗୁଟଖା ହୋର୍ଡିଂ ବାହାର କରିବାକୁ ନିଷ୍ପତ୍ତି ହୋଇଛି। ଏହା ଛଡ଼ା ଆଜି ହଜାରେ ୫୦ କୋଟି ଟଙ୍କାର ଏକ ଡ୍ରାଫ୍ଟ ବିଲ ମଧ୍ୟ କର୍ପୋରେସନରେ ଆଗତ ହୋଇଛି। ବିଏମସି ନିଜ ଆୟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ଚଳିତ ବର୍ଷ ୩୦୦ କୋଟି ଟଙ୍କା ଆଦାୟ କରିବାକୁ ବିଏମସିର ନିଷ୍ପତି ହୋଇଛି।

Scroll to Top