ପ୍ରବାସୀ ପଞ୍ଜାବୀଙ୍କ ଆମେରିକା ସ୍ୱପ୍ନକୁ ଚୁରମାର କରିଦେଲେ ଆଉ ଜଣେ ଶିଖ ଟ୍ରକ୍ ଚାଳକ

ପ୍ରବାସୀ-ପଞ୍ଜାବୀଙ୍କ-ଆମେରିକା-ସ୍ୱପ୍ନକୁ-ଚୁରମାର-କରିଦେଲେ-ଆଉ-ଜଣେ-ଶିଖ-ଟ୍ରକ୍-ଚାଳକ

ୱାସିଂଟନ ୨୩।୧୦:  ଭାରତରୁ ଆସୁଥିବା ହଜାର ହଜାର ଶିଖ ପ୍ରବାସୀଙ୍କ ଆମେରିକା ସ୍ୱପ୍ନ ପୁଣି ଅଧାରେ ଝୁଲିଛି। ଏକ ଦ୍ୱିତୀୟ ହାଇ ପ୍ରୋଫାଇଲ ମର୍ମନ୍ତୁଦ ଟ୍ରକ୍ ଦୁର୍ଘଟଣାରେ ଜଣେ ବିବାଦୀୟ ଇମ୍ମିଗ୍ରେସନ ଇତିହାସ ଥିବା ଡ୍ରାଇଭରଙ୍କ ସମ୍ପୃକ୍ତି କାରଣରୁ ପଞ୍ଜାବୀ ଟ୍ରକ ଡ୍ରାଇଭର ସମୂଦାୟରେ ଏବେ ଯାଞ୍ଚ ଓ ଭୟ ଖେଳି ଯାଇଛି। ଏହି ତାଜା ଭୟାବହ ଘଟଣା କାର୍ଲିଫର୍ଣ୍ଣିଆର ଫ୍ରି-ୱେରେ ମଙ୍ଗଳବାର ଘଟିଛି। ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଟ୍ରକ୍ ଡ୍ରାଇଭରକୁ ବାହନ ଦୁର୍ଘଟଣାରେ ହତ୍ୟା ଓ ନିଶାରେ ଗାଡ଼ି ଚଳାଇବା ଅଭିଯୋଗରେ ଗିରଫ କରାଯାଇଛି।

ସନ୍ଧୁ ଟ୍ରାନ୍ସପୋର୍ଟ କର୍ମଚାରୀ ଜଶନପ୍ରୀତ ସିଂହ (୨୧) କଥିତ ରୂପେ ଜଣେ ଅବୈଧ ଭାରତୀୟ ପ୍ରବାସୀ। ଯାହାକୁ ୨୦୨୨ ମସିହାରେ ବାଇଡେନ ପ୍ରଶାସନ ସୀମା ଅଟକରୁ ମୁକ୍ତ କରିଦେଇଥିଲେ। ପୋଲିସ ରିପୋର୍ଟ ଅନୁସାରେ ଜଶନପ୍ରୀତ ସିଂହ ନିଶାରେ ଦ୍ରୁତ ଗାଡ଼ି ଚାଳନା କରୁଥିଲା ଓ ଠିକ୍ ସମୟରେ ବ୍ରେକ୍ ଲଗାଇ ପାରିନଥିଲା। ଏଣୁ ଭୟାବହ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୩ ଜଣଙ୍କ ମୃତ୍ୟୁର କାରଣ ପାଲଟିଛି।

ଏହି ଦୁର୍ଘଟଣା ଫ୍ଲୋରିଡା ଟର୍ଣ୍ଣ ପାଇରେ ଅଗଷ୍ଟ ୧୨ ତାରିଖରେ ହୋଇଥିବା ଏହି ପରି ଏକ ଘଟଣାର କିଛି ମାସ ପରେ ଘଟିଛି। ଲଗାତାର ହେଉଥିବା ଦୁର୍ଘଟଣା ଓ ଡ୍ରାଇଭରଙ୍କ ଆଇନଗତ ସ୍ଥିତି ଉପରେ ଧ୍ୟାନ କେନ୍ଦ୍ରିତ କରାଯିବାରେ ସେହି ସମୂଦାୟ ଉପରେ ସଂକଟର କଳା ବାଦଲ ଛାଇ ଯାଇଛି, ଯେଉଁ ସମୂଦାୟ ଆମେରିକା ଅର୍ଥ ବ୍ୟବସ୍ଥାରେ ସଫଳତା ପୂର୍ବକ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି। ଆମେରିକାକୁ ଶିଖଙ୍କ ବଡ଼ ପ୍ରବାହ ୧୯୮୦ରୁ ୧୯୯୦ ଦଶକ ମଧ୍ୟରେ ହୋଇଥିଲା। ଭାରତରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ହତ୍ୟା ପରେ ହୋଇଥିବା ଶିଖ ବିରୋଧୀ ହିଂସାରୁ ବର୍ତ୍ତିବା ପାଇଁ ଅନେକ ଶିଖ ବିଦେଶ ପଳାୟନ କରିଥିଲେ।

BREAKING 🚨: It’s being confirmed by @BillMelugin_ that the truck driver who killed 3 and injured others in fatal freeway crash in Ontario, CA, is a 21 year old ILLEGAL ALIEN by the name of Jashanpreet Singh, who entered the U.S. illegally, but released by Biden admin in 2022. pic.twitter.com/vZdTzgVktE

— Anthony (@AnthonyCabassa_) October 23, 2025

ଟ୍ରକିଂ ଏହି ପ୍ରବାସୀଙ୍କ ପାଇଁ ଏକ ସୁଲଭ ପ୍ରବେଶ ମାର୍ଗ ପାଲଟିଥିଲା। ଏଥିରେ ଅନେକ ସୀମିତ ଇଂରାଜୀ ଦକ୍ଷତା ଓ ବିନା କୌଣସି ଔପଚାରିକ ଶିକ୍ଷାରେ ଆମେରିକା ଆସିଥିଲେ। ପ୍ରାୟତଃ ୫୦,୦୦୦ରୁ ୧,୦,୦୦୦୦ ଡଲାର ପର୍ଯ୍ୟନ୍ତ ବାର୍ଷିକ ବେତନରେ ବିନା ଶିକ୍ଷାଗତ ଯୋଗ୍ୟତାରେ ଦୀର୍ଘ ପଥ ଟ୍ରକ୍ ଟଳାଇବା ଏହି ପ୍ରବାସୀଙ୍କ ପସନ୍ଦର ବ୍ୟବସାୟରେ ପରିଣତ ହୋଇଥିଲା। ଶିଖ ଡ୍ରାଇଭର ଏବେ ଆମେରିକା ଯୋଗାଣ ଶୃଙ୍ଖଳାର ଏକ ଅନିବାର୍ଯ୍ୟ ଅଙ୍ଗ ପାଲଟି ଯାଇଛନ୍ତି ଓ ଆମେରିକାରେ ଡ୍ରାଇଭରଙ୍କ ଅଭାବ ପୂରଣ କରୁଛନ୍ତି, ଯାହା ୨୦୨୬ ସୁଦ୍ଧା ୧,୭୪,୦୦୦ ପର୍ଯ୍ୟନ୍ତ ହେବ ବୋଲି ଅନୁମାନ କରାଯାଉଛି।

ଏହି ସମୂଦାୟ ଆମେରିକାରେ ଏକ ଆତ୍ମନିର୍ଭର ପାରିସ୍ଥିତିକ ତନ୍ତ୍ର ନିର୍ମାଣ କରିଛି। ପ୍ରଥମେ ପ୍ରଥମେ ଆସିଥିବା ଡ୍ରାଇଭର ମାନେ ମାର୍ଗଦର୍ଶନ ଦେବା ଯୋଗୁ ପାରିବାରିକ ବ୍ୟବସାୟ, ଟ୍ରକ୍ ଷ୍ଟପ୍ ଓ ନର୍ଥ ଆମେରିକାନ ପଞ୍ଜାବୀ ଟ୍ରକିଂ ଆସୋସିଏସନ (ଏନଏପିଟିଏ) ଭଳି ସମୂହ ଗଠନ ହୋଇଛି। ଆଜି ଶିଖମାନଙ୍କ ନିକଟରେ ଆମେରିକାର ଅନୁମାନିକ ୨୦% ଟ୍ରକିଂ କମ୍ପାନୀ ଅଛି। ଏହି ଉଦ୍ୟୋଗରେ ପାଖାପାଖି ୧,୫୦,୦୦୦ ଶିଖ କର୍ମଚାରୀ ଯେଉଁମାନେ ମୋଟ ଆମେରିକାନ ଡ୍ରାଇଭର ପୁଲର ୪% ଅଛନ୍ତି। ଏମାନଙ୍କ ସହ ପଶ୍ଚିମ ଉପକୂଳର ୪୦% ଡ୍ରାଇଭର ମଧ୍ୟ ଅଛନ୍ତି।

ଏନଏପଟିଏର ଏକ ସାପ୍ତାହିକ ସମାଚାର କାର୍ଯ୍ୟକ୍ରମ ‘ପଞ୍ଜାବୀ ଟ୍ରକିଂ ୩୬୦’ ମଧ୍ୟ ପ୍ରସାରିତ ହେଉଛି, ଯାହାକୁ ବିଶେଷ କରି ଟ୍ରକ ଡ୍ରାଇଭରଙ୍କ ଲାଗି ଡିଜାଇନ କରାଯାଇଛି। ଦୁର୍ଘଟଣା ଓ ଏହାର ପରିଣାମ ସ୍ୱରୂପ ବ୍ୟାପକ ମିଡିଆ କଭରେଜରେ ପଞ୍ଜାବୀ ଟ୍ରକିଂ ସମୂଦାୟ ଅନୁଚିତ ରୂପେ ଟାର୍ଗେଟ୍ ହେଉଥିବାର ଏଥିରେ ରିପୋର୍ଟ କରାଯାଉଛି। ତେବେ ଗତ ଅଗଷ୍ଟ ମାସର ଦୁର୍ଘଟଣା ପରେ ପାଠସାଠ ପଢା ଡ୍ରାଇଭିଂ ସମୂଦାୟ ଉପୁଜିଥିବା ପରିସ୍ଥିତିର ମୁକାବିଲା ପାଇଁ ଉଦ୍ୟମ କରୁଛନ୍ତି। ହେଲେ ଏଥିରେ ମଝିରେ ମଝିରେ ସେମାନଙ୍କ ସମୂଦାୟର ଡ୍ରାଇଭରଙ୍କ ଦ୍ୱାରା ହେଉଥିବା ଭୁଲ ଯୋଗୁ ସେମାନେ ଏବେ ଅସୁରକ୍ଷିତ ଅନୁଭବ କରୁଛନ୍ତି।

Scroll to Top