ପ୍ରବଳ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ୨୦ରୁ ଅଧିକ ଗାଁକୁ ଯାତାୟତ ବନ୍ଦ
Published By: Ruby – Prameya-News7 Bureau | October 29, 2025 04:18 PM
NEWS7
ଦିଗପହଣ୍ଡି ୨୯।୧୦: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ରେ ବର୍ଷା ଯୋଗୁଁ ଧସିଲା ମାଟି ଅତଡା । ଦୁର୍ଗମ ପାହାଡ ଅଞ୍ଚଳରେ ପ୍ରବଳ ବର୍ଷା ଫଳରେ ମାଟି ଅତଡ଼ା ଧସିଛି । ତାଡ଼କା ସାହି ଠାରୁ ଆଙ୍କୁଲି ରାସ୍ତାର ତିତିରିସିଙ୍ଗୀ ଗ୍ରାମ ବୁଲାଣି ନିକଟରେ ମାଟି ଅତଡା ଧସି ପଡିଛି । ଯାହା ଫଳରେ ପାହାଡ ଉପରେ ଥିବା ୨୦ରୁ ଅଧିକ ଗାଁକୁ ଯାତାୟତ ବନ୍ଦ ହୋଇଯାଇଛି । ପ୍ରଶାସନ ପହଞ୍ଚି ରାସ୍ତାରୁ ପଥର ହଟାଇବା କାର୍ଯ୍ୟ ଆରମ୍ଭ କରିଛନ୍ତି ।
ସାମୁଦ୍ରିକ ଝଡ଼ ‘ମୋନ୍ଥା’ ପ୍ରଭାବରେ ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ୍ରେ ଜିଲ୍ଲାର ସର୍ବାଧିକ ବୃଷ୍ଟିପାତ ରେକର୍ଡ ହୋଇଛି । ବର୍ଷା ଫଳରେ ଦୁର୍ଗମ ପାହାଡ ଅଞ୍ଚଳରେ ପାହାଡ ତଳର ତାଡ଼କାସାହି ଠାରୁ ଆଙ୍କୁଲି ରାସ୍ତାର ତିତିରିସିଙ୍ଗୀ ଗ୍ରାମ ନିକଟ ରାଇପାଟ ନିକଟରେ ମାଟି ଅତଡା ଧସିଛି । ଫଳରେ ପାହାଡ ଉପରେ ଥିବା ଆଙ୍କୁଲି ବୁରାତଲା ପଂଚାୟତର କୋଡ଼ିଏରୁ ଅଧିକ ଗ୍ରାମକୁ ଯାତାୟତ ବନ୍ଦ ହୋଇଯାଇଛି ।




