ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଗଛ ଲଗାଇଲେ ମୁଖ୍ୟମନ୍ତ୍ରୀ, କୋଟିଏ ପାର ହୋଇପାରେ ବୃକ୍ଷରୋପଣ ସଂଖ୍ୟା

ପ୍ରଧାନମନ୍ତ୍ରୀଙ୍କ-ଜନ୍ମଦିନରେ-ଗଛ-ଲଗାଇଲେ-ମୁଖ୍ୟମନ୍ତ୍ରୀ,-କୋଟିଏ-ପାର-ହୋଇପାରେ-ବୃକ୍ଷରୋପଣ-ସଂଖ୍ୟା

ଭୁବନେଶ୍ବର ୧୭।୯: ୭୫ ଲକ୍ଷ ଛୁଇଁଲା ବୃକ୍ଷରୋପଣ । ଦିନ ୧ଟା ୧୩ ମିନିଟ୍‌ରେ ଲକ୍ଷ୍ୟ ହାସଲ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ବୃକ୍ଷ ରୋପଣ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । କୋଟିଏ ପାର ହୋଇପାରେ ବୃକ୍ଷ ରୋପଣ ସଂଖ୍ୟା । ସେପ୍ଟେମ୍ବର ୩୦ ତାରିଖ ଯାଏଁ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯିବ । ବୁଧବାର ବୃକ୍ଷ ରୋପଣରେ କୋରାପୁଟ ପ୍ରଥମ, କେନ୍ଦୁଝର ଦ୍ଵିତୀୟ, ମୟୁରଭଞ୍ଜ ତୃତୀୟ, ସୁନ୍ଦରଗଡ ଚତୁର୍ଥ, କଳାହାଣ୍ଡି ପଞ୍ଚମ ସ୍ଥାନ ଅଧିକାର କରିଛି ।

ଗତ ଥର ମା’ କେ ନାମ୍ ଏକ୍ ପେଡ୍ କାର୍ଯ୍ୟକ୍ରମରେ ସାଢେ ୬ କୋଟି ଗଛ ଲାଗିଥିଲା । ଏଥର ଓଡ଼ିଶାକୁ ଯେଉଁ ସାଢେ ୭ କୋଟି ଲକ୍ଷ ଦିଆଯାଇଛି ତାକୁ ପୂରଣ କରିବ । ପୁଣି ଥରେ ବୃକ୍ଷ ରୋପଣ କରି ମେରି ଲାଇଫ ପୋର୍ଟାଲରେ ସେଲ୍ଫି ଅପଲୋଡ଼ କରିବାକୁ ଅପିଲ୍ କଲେ ମୁଖ୍ୟମନ୍ତ୍ରୀ ।

Scroll to Top