ପ୍ରଥମ ପତ୍ନୀଙ୍କୁ ଅନ୍ଧାରରେ ରଖି ଦ୍ବିତୀୟ ବିବାହ କରିଥିଲେ ଭାରତୀୟ ଯୁବକ, ସିଙ୍ଗାପୁରରେ ହେଲା ଜେଲ ଦଣ୍ଡ୍‌

ପ୍ରଥମ-ପତ୍ନୀଙ୍କୁ-ଅନ୍ଧାରରେ-ରଖି-ଦ୍ବିତୀୟ-ବିବାହ-କରିଥିଲେ-ଭାରତୀୟ-ଯୁବକ,-ସିଙ୍ଗାପୁରରେ-ହେଲା-ଜେଲ-ଦଣ୍ଡ୍‌

ନୂଆଦିଲ୍ଲୀ: ପ୍ରଥମ ପତ୍ନୀଙ୍କୁ ଅନ୍ଧାରରେ ରଖି କରିଥିଲେ ଦ୍ବିତୀୟ ବିବାହ। ଭାବୁଥିଲେ ଜାଣିପାରିବେନି କେହି ଜାଣିପାରିବେନି। ହେଲେ ବେଶୀ ଦିନ ଲୁଚି ପାରିଲାନି ସତ। ଧରିନେଲେ ପ୍ରଥମ ପତ୍ନୀ। ଆଉ ଏବେ ସିଙ୍ଗାପୁରରେ ରହୁଥିବା ଏହି ଭାରତୀୟ ଯୁବକଙ୍କୁ ସେଠାରେ ଦ୍ବିତୀୟ ବିବାହ ନିୟମ ଉଲ୍ଲଘଂନ ଅଭିଯୋଗରେ ଗିରଫ କରାଯାଇଛି। ଜାଣି ଆଶ୍ଚର୍ଯ୍ୟ ହେବେ ବ୍ୟକ୍ତିଙ୍କ ପ୍ରଥମ ପତ୍ନୀ ଏକଥା ସେତେବେଳେ ଜାଣିବାକୁ ପାଇଲେ ଯେତେବେଳେ, ବ୍ୟକ୍ତି ଜଣକ ଦ୍ବିତୀୟ ପତ୍ନୀଙ୍କ ସନ୍ତାନ ଜନ୍ମ ପାଇଁ ପ୍ରଥମ ପତ୍ନୀ କାମ କରୁଥିବା ହସ୍ପିଟାଲକୁ ଯାଇଥିଲେ। 

ସୂଚନା ଅନୁଯାୟୀ, ପ୍ରଥମ ପତ୍ନୀ ଯେଉଁ ହସ୍ପିଟାଲରେ କାମ କରୁଛନ୍ତି ସେହି ହସ୍ପିଟାଲର ପ୍ରସବ ୱାର୍ଡରୁ ତାଙ୍କ ସ୍ବାମୀଙ୍କୁ ବାହାରୁଥିବାରୁ ଦେଖିଥିଲେ । ଏମିତିରେ ଘଟଣା ଜାଣିବାକୁ ସେ ତାଙ୍କ ପିଛା କରିଥିଲେ। ଯାହା ପରେ ସେ ଜାଣିବାକୁ ପାଇଥିଲେ, ତାଙ୍କ ସ୍ବାମୀଙ୍କର ଦ୍ବିତୀୟ ପତ୍ନୀ ସେହି ହସ୍ପିଟାଲରେ ପୁତ୍ର ସନ୍ତାନଙ୍କୁ ଜନ୍ମଦେଇଛନ୍ତି। 

SCMP ରିପୋର୍ଟ ଅନୁଯାୟୀ, ଗୁରୁବାର ଦିନ ୪୯ ବର୍ଷୀୟ ଭାରତୀୟ ନାଗରିକ ବୈଥିଆଲିଙ୍ଗମ ମୁଥୁକୁମାରଙ୍କୁ ତିନି ମାସ ତିନି ସପ୍ତାହ ଜେଲ ଦଣ୍ଡ ଦିଆଯାଇଛି । ସୂଚନା ଅନୁଯାୟୀ, ୨୦୧୧ରେ ପ୍ରଥମ ପତ୍ନୀଙ୍କ ପାଖକୁ ସିଙ୍ଗାପୁର ଆସିଥିଲେ ବୈଥିଆଲିଙ୍ଗମ । ହେଲେ ସେଠାରେ ସେ ସଲମା ନାମକ ଜଣେ ମହିଳାଙ୍କ ସଂସ୍ପର୍ଶରେ ଆସିଥିଲେ। ଆଉ ଲୁଚି ଛପି ତାଙ୍କୁ ବିବାହ କରିଥିଲେ। ଯେତେବେଳେକି ବୈଥିଆଲିଙ୍ଗମ୍ ପ୍ରଥମ ପତ୍ନୀଙ୍କୁ ୨୦୦୭ରେ ଭାରତରେ ବିବାହ କରିଥିଲେ। ଏବେ ସେ ସିଙ୍ଗାପୁର ନାଗରିକ ।

ଏମିତିରେ ପ୍ରଥମ ପତ୍ନୀଙ୍କୁ ଅନ୍ଧାରରେ ରଖି ଷଡ଼ଯନ୍ତ୍ର କରି ଦ୍ୱିତୀୟ ବିବାହ କରିବା ସ୍ଥାୟୀ ବାସସ୍ଥାନ ପାଇଁ ଆବେଦନବେଳେ ପୂର୍ବରୁ ବିବାହର କରିନଥିବା ନେଇ ମିଥ୍ୟା ଘୋଷଣା କରିବା ଏବଂ ଏକ ଭିଜିଟ୍ ପାସ୍ ଆବେଦନରେ ମଧ୍ୟ ବିବାହ ନେଇ ମିଛ କହିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।

ଜୁନ୍ ୨୦୨୨ରେ ବୈଥିଆଲିଙ୍ଗମ୍ ଏହି ଦ୍ବିତୀୟ ବିବାହ କରିଥିଲେ। ଜଣାପଡ଼ିଛି ବୈଥିଆଲିଙ୍ଗମ୍ ତାଙ୍କ ଦ୍ବିତୀୟ ପତ୍ନୀଙ୍କୁ ସନ୍ତାନ ପାଇବା ଆଶାରେ ବିବାହ କରୁଥିବା କହିବା ସହ ଛାଡ଼ପତ୍ର ଦେବେ ବୋଲି ମଧ୍ୟ କହିଥିଲେ। ଉଭୟ ମୁସଲିମ୍ ବିବାହ କରିଥିଲେ। ଯାହାକୁ ଭାରତର ନାଗୋରରେ ଜଣେ ଧାର୍ମିକ ନେତା ପଞ୍ଜୀକୃତ କରିଥିଲେ। ସେମାନେ ସିଙ୍ଗାପୁର ଫେରିବା ପରେ ବୈଥିଆଲିଙ୍ଗମ୍ ତାଙ୍କ ପ୍ରଥମ ପତ୍ନୀଙ୍କ ସହ ରହୁଥିଲେ। ଆଉ ନିୟମିତ ସମୟ ବ୍ୟବଧାନରେ ଦ୍ବିତୀୟ ପତ୍ନୀଙ୍କୁ ଦେଖା କରିବାକୁ ଯାଉଥି‌ଲେ ବୈଥିଆଲିଙ୍ଗମ୍। ତେବେ ୨୦୨୩ ସେପ୍ଟେମ୍ବର ୧୪ରେ ସେ କେକେ ମହିଳା ଏବଂ ଶିଶୁ ହସ୍ପିଟାଲରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଆଉ ଏଠାରେ ବୈଥିଆଲିଙ୍ଗଙ୍କ ପ୍ରଥମ ପତ୍ନୀ କାମ କରୁଥିଲେ। ସେ ତାଙ୍କୁ ହସ୍ପିଟାଲର ଡେଲିଭରି ସୁଟ୍ରେ ଦେଖିବା ପରେ ସତ ସାମ୍‌ନାକୁ ଆସିଥିଲା। 

Scroll to Top