ମୁମ୍ୱାଇ ୧୮/୧୦: ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ରବୀନ୍ଦ୍ର ଜାଡ଼େଜା । ତାଙ୍କ ପତ୍ନୀ ରିବାବା ଜାଡେଜା ଏବେ ରାଜନୀତି ମୈଦାନରେ ଚର୍ଚ୍ଚିତ ଚେହେରା । ମିସେସ୍ ଜାଡେଜାଙ୍କୁ ଗୁଜରାଟ ସରକାରରେ ଏବେ ସେ ମନ୍ତ୍ରୀ । ଯାହା ପାଇଁ ଭାରତୀୟ ଅଲରାଉଣ୍ଡର ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଜାଡେଜାଙ୍କୁ ପ୍ରାଥମିକ, ମାଧ୍ୟମିକ ଏବଂ ବୟସ୍କ ଶିକ୍ଷା (ଶିକ୍ଷା ମନ୍ତ୍ରଣାଳୟ) ମନ୍ତ୍ରଣାଳୟରେ ନିଯୁକ୍ତ କରାଯାଇଛି । ଗର୍ବୀତ ହେବା ସହ ରବୀନ୍ଦ୍ର ଜାଡେଜା ତାଙ୍କ ପତ୍ନୀଙ୍କ ସଫଳତା କାମନା କରିଛନ୍ତି ।
So proud of you & your accomplishments. I know you will keep doing amazing work and inspiring people from all walks of life. Wish you great success as the Cabinet Minister in the Gujarat government. Jai Hind @Rivaba4BJP #Cabinetminister #Gujarat🪷 pic.twitter.com/IX1gA1One5
— Ravindrasinh jadeja (@imjadeja) October 17, 2025
ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ରିବାବାଙ୍କୁ ଅଭିନନ୍ଦନ ଜଣାଇ ରବୀନ୍ଦ୍ର ଜାଡେଜା ଲେଖିଛନ୍ତି । ମୁଁ ତୁମ ସଫଳତା ଉପରେ ବହୁତ ଗର୍ବିତ। ମୁଁ ଜାଣେ ତୁମେ ତୁମର ଭଲ କାମ ଦ୍ୱାରା ଲୋକମାନଙ୍କୁ ଅନୁପ୍ରାଣିତ କରିବ। ମୁଁ ତୁମର ସମସ୍ତ ସଫଳତା ପାଇଁ ଗୁଜୁରାଟ ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବରେ କାମନା କରୁଛି।
ଗୁଜୁରାଟ ସରକାର ରିଭାବା ଜାଡେଜା ସମେତ ୨୫ ଜଣ ନୂତନ ମନ୍ତ୍ରୀଙ୍କୁ ତାଙ୍କ କ୍ୟାବିନେଟରେ ସାମିଲ କରିଛି। ଉଲ୍ଲେଖନୀୟ ଯେ ୩୪ ବର୍ଷୀୟ ରିଭାବା ଜାଡେଜା ୨୦୧୯ରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ସେ ୨୦୨୨ ଗୁଜରାଟ ବିଧାନସଭା ନିର୍ବାଚନରେ ଜାମନଗର ନିର୍ବାଚନମଣ୍ଡଳୀରୁ ସଂସଦ ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ। ସେ ୨୦୨୬ରେ ଭାରତୀୟ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କୁ ବିବାହ କରିଥିଲେ । ସେମାନଙ୍କର ଏକ ଝିଅ ନିଧ୍ୟାନା ଜାଡେଜା ଅଛି।

କହିବାକୁ ଗଲେ ରବୀନ୍ଦ୍ର ଜାଡେଜା ସର୍ବଦା ଉଭୟ ଉଭୟଙ୍କର ବଡ଼ ସପୋର୍ଟ ସିଷ୍ଟମ । ତାଙ୍କର ଲଭ ଷ୍ଟୋରୀ କୌଣସି ଫିଲ୍ମ କାହାଣୀଠାରୁ କମ୍ ନୁହେଁ । ଦୁହିଁଙ୍କର ପ୍ରଥମ ଦେଖା ଗୋଟିଏ ପାର୍ଟିରେ ହୋଇଥିଲା । ଜାଡେଜାଙ୍କ ଭଉଣୀଙ୍କ କରାଇଥିଲେ ସେମାନଙ୍କର ପ୍ରଥମ ଦେଖା । ଯିଏକି ଥିଲେ ରିବାବାଙ୍କ ଜଣେ ଭଲ ସାଙ୍ଗ । ଏହା ପରେ ସମ୍ପର୍କ ଆଗକୁ ବଢିଥିଲା । ସାଙ୍ଗରୁ ଧୀରେ ଧୀରେ ପ୍ରେମର ପ୍ରାରମ୍ଭ ହୋଇଥିଲା । କେତେ ବର୍ଷ ତଳେ ଦୁହେଁ ଦୁହିଁଙ୍କୁ ଡେଟ୍ କରିଥିଲେ। ୨୦୧୬ରେ ଦୁହିଁଙ୍କର ନିର୍ବନ୍ଧ ହୋଇଥିଲା । ପରେ ଦୁଇ ମାସ ପରେ ରାଜକୋଟର ରାଜକୀୟ ଢଙ୍ଗରେ ହୋଇଥିଲା ବିବାହ ।




