ପ୍ରଥମେ ଆଇନଗତ ପ୍ରତିବନ୍ଧକ , ଏବେ ଉଭୟ ପକ୍ଷର ସାଂସଦ ଦେଲେ ଟେନସନ ; H-1B ଭିସା ଉପରେ ଟ୍ରମ୍ପଙ୍କୁ ଶେଷ ଚେତାବନୀ

ପ୍ରଥମେ-ଆଇନଗତ-ପ୍ରତିବନ୍ଧକ-,-ଏବେ-ଉଭୟ-ପକ୍ଷର-ସାଂସଦ-ଦେଲେ-ଟେନସନ-;-h-1b-ଭିସା-ଉପରେ-ଟ୍ରମ୍ପଙ୍କୁ-ଶେଷ-ଚେତାବନୀ

ୱାଶିଂଟନ : ଆମେରିକାରେ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଦ୍ୱାରା ଏଚ-୧ ବି ଭିସା ଆବେଦନ ଉପରେ ଶୁଳ୍କ ବୃଦ୍ଧି କରି ୧ ଲକ୍ଷ ଡଲାର କରାଯିବା, ଶାସକ ପକ୍ଷ ଓ ବିରୋଧୀ ଅର୍ଥାତ୍‌ ରିପବ୍ଲିକାନ ଓ ଡେମୋକ୍ରେଟ୍‌ ସାଂସଦମାନେ ବିରୋଧ କରିଛନ୍ତି , ଏହି ନିଷ୍ପତ୍ତି ଉପରେ ପୁଣି ଥରେ ବିଚାର କରିବାକୁ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି। ଆମେରିକୀୟ ସାଂସଦଙ୍କ ଏକ ଗ୍ରୁପ୍‌ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂଆ ଏଚ୍-୧ବି ଭିସା ଆବେଦନ ଉପରେ ଲଗାଯାଇ ଥିବା ନୂଆ ୧,୦୦,୦୦୦ ଡଲାରର ଶୁଳ୍ପ ଉପରେ ପୁନର୍ବିଚାର କରିବାକୁ ଅନୁରୋଧ କରି ଚେତାବନୀ ଦେଇଛନ୍ତି ଯେ,ଏହି ନୀତି ଆମେରିକୀୟ ନବ ସୃଜନ ଓ ସୁସ୍ଥ ପ୍ରତିସ୍ପର୍ଦ୍ଧାକୁ କ୍ଷତି ପହଞ୍ଚାଇ ପାରେ।

୨୧ ଅକ୍ଟୋବରରେ ହ୍ୱାଇଟ୍‌ ହାଉସ୍‌ ଓ ବାଣିଜ୍ୟ ବିଭାଗକୁ ପଠାଯାଇ ଥିବା ଚିଠିରେ ଡେମୋକ୍ରେଟ୍‌ ଓ ରିପବ୍ଲିକାନ ଦୁଇ ଦଳ ସମେତ ସାତ ଜଣ ଆମେରିକୀୟ କଂଗ୍ରେସ ବିଧାୟକ ଚିନ୍ତା ଓ କ୍ଷୋଭ ପ୍ରକାଶ କରି ଥିଲେ। ଚିଠିରେ କୁହାଯାଇଛି ଯେ, ଭିସାରେ ଲଗାଯାଇ ଥିବା ଉଚ୍ଚ ପ୍ରାରମ୍ଭିକ ସ୍ତରର ନିଯୁକ୍ତିଦାତା ଓ ଛୋଟ ଛୋଟ କମ୍ପାନୀ , ବିଶେଷକରି ସେହି କମ୍ପାନୀ ଗୁଡ଼ିକ ଉପରେ ବିପରୀତ ପ୍ରଭାବ ପକାଇବା , ଯାହା ଏବେସୁଦ୍ଧା ଲାଭଜନକ କମ୍ପାନୀର ପରିସରରେ ଆସି ନାହାନ୍ତି।

ଚିଠିରେ କୁହାଯାଇଛି ଯେ, ନୂଆ ଭିସା ଶୁଳ୍କ ଷ୍ଟାର୍ଟଅପ୍‌ ଓ ଛୋଟ କମ୍ପାନୀ ଗୁଡ଼ିକର ବିନାଶ କରିପାରେ। କାରଣ ଏହି କମ୍ପାନୀ ଗୁଡି଼କ ବଡ଼ ବଡ଼ କମ୍ପାନୀ ଗୁଡ଼ିକ ପରି ଖୁବ୍‌ ଭିସା ଶୁଳ୍କର ବୋଝ ବହନ କରି ପାରିବ ନାହିଁ। ବିଧାୟକମାନେ ଏହି ଚିଠି ସେତେବେଳେ ଲେଖିଛନ୍ତି , ଯେବେ ଟ୍ରମ୍ପ ପ୍ରଶାସନର ଏହି ପଦକ୍ଷେପ ପୂର୍ବରୁ ହିଁ ଆଇନଗତ ପ୍ରତିବନ୍ଧକର ସମ୍ମୁଖୀନ ହୋଇ ଆସିଛି। ଚ୍ୟାମ୍ୱର ଅଫ୍‌ କମର୍ସ ଭିସା ଆବେଦନ ଉପରେ ଲଗେଇ ଥିବା ଶୁଳ୍କ ବିରୋଧରେ ମୋକଦମା ଦାଏର କରିଛି, ଯାହା ଉପରେ ଏବେ ଶୁଣାଣି ଜାରି ରହିଛି। ​​​​​​​

Scroll to Top