ପୋଷ୍ଟ ଅଫିସ୍ରେ ଦ୍ୱିତୀୟ ମହଲାରେ ଅଗ୍ନିକାଣ୍ଡ, ତଳ ମହଲାକୁ ନିଆଁ ବ୍ୟାପିବା ଆଶଙ୍କା
Published By: Ruby – Prameya-News7 Bureau | June 07, 2026 06:16 PM
NEWS7
ଆସିକା ୭।୬: ପୋଷ୍ଟ ଅଫିସ୍ରେ ଲାଗିଲା ନିଆଁ । ଗଞ୍ଜାମ ଜିଲ୍ଲା ଆସିକା ପୋଷ୍ଟ ଅଫିସ୍ ମୁଖ୍ୟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଛି । ସର୍ଟ ସର୍କିଟ୍ରୁ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି ।
ପୋଷ୍ଟ ଅଫିସ୍ର ଦ୍ୱିତୀୟ ମହଲାରେ ନିଆଁ ଲାଗିଛି । ତେବେ ନିଆଁ ତଳ ମହଲାକୁ ବ୍ୟାପିବା ଆଶଙ୍କା କରାଯାଇଛି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବାକୁ ଉଦ୍ୟମ ଜାରି ରଖିଛି ।




