ପୋଲିସ ମୁଖ୍ୟାଳୟରେ ୬୬ ତମ ସ୍ମୃତି ଦିବସ ପାଳିତ, ମାଓ ଦମନରେ ଓଡ଼ିଶା ପୋଲିସକୁ ସଫଳତା ମିଳିଛି

ପୋଲିସ-ମୁଖ୍ୟାଳୟରେ-୬୬-ତମ-ସ୍ମୃତି-ଦିବସ-ପାଳିତ,-ମାଓ-ଦମନରେ-ଓଡ଼ିଶା-ପୋଲିସକୁ-ସଫଳତା-ମିଳିଛି

ପୋଲିସ ମୁଖ୍ୟାଳୟରେ ୬୬ ତମ ସ୍ମୃତି ଦିବସ ପାଳିତ, ମାଓ ଦମନରେ ଓଡ଼ିଶା ପୋଲିସକୁ ସଫଳତା ମିଳିଛି

Published By: Kirti – Prameya-News7 Bureau | October 21, 2025 11:55 AM

NEWS7

odisha police

କଟକ ୨୧।୧୦ : କଟକ ପୋଲିସ ମୁଖ୍ୟାଳୟରେ ୬୬ତମ ପୋଲିସ ସହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି। ପ୍ରତିବର୍ଷ ଅକ୍ଟୋବର ୨୧ ତାରିଖରେ ସର୍ବଭାରତୀୟ ସ୍ତରରେ ପୋଲିସ ସହୀଦ ସ୍ମୃତି ଦିବସ ପାଳିତ ହୋଇଥାଏ। ୧୯୫୯ ମସିହା ଅକ୍ଟୋବର ୨୧ ତାରିଖରେ ତାଙ୍କର ଚୀନ ସେନା ଆକ୍ରମଣରେ ୧୦ ଜଣ ସିଆରପିଏଫ୍ ଵାନ ସହୀଦ ହୋଇଥିଲେ। ସେହି ସହୀଦ ଵାନଙ୍କ ସ୍ମୃତିରେ ପୋଲିସ ସ୍ମୃତି ଦିବସ ପାଳିତ ହୋଇଥାଏ।

ଚଳିତ ବର୍ଷ ଭାରତରେ ୧୨୧ଜଣ ପୋଲିସ ଜଵାନ ସହୀଦ ହୋଇଛନ୍ତି। ଗତ ବର୍ଷ ଓଡିଶା ପୋଲିସର ୨ ଜଣ ଵାନ କାର୍ଯ୍ୟରତ ଥିବା ସମୟରେ ମୃତ୍ୟୁବରଣ କରିଛନ୍ତି। ଗତ କିଛି ବର୍ଷ ହେବ ଓଡିଶା ପୋଲିସରେ ସହୀଦଙ୍କ ସଂଖ୍ୟାରେ ଦୃତ ହ୍ରାସ ଘଟିଛି ବୋଲି ପୋଲିସ ଡିଜି କହିଛନ୍ତି। ବିଶେଷ କରି ମାଓ ଦମନରେ ଓଡିଶା ପୋଲିସକୁ ଉଲ୍ଲେଖନୀୟ ସଫଳତା ମିଳିଵା ପରେ ସହୀଦଙ୍କ ସଂଖ୍ୟା କମିଛି ବୋଲି ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି। ଆଜି ପୋଲିସ ସହୀଦ ସ୍ମୃତି ଦିବସ ଅବସରରେ ପୋଲିସ ମୁଖ୍ୟାଳୟରେ ଡିଜି ଓ ବରିଷ୍ଠ ପୋଲିସ ଅଧିକାରୀ ମାନେ ସହୀଦ ବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଵା ସହ ସହୀଦଙ୍କୁ ତୋପ ସଲାମୀ ଦିଆଯାଇଥିଲା।

Scroll to Top