ପୋଲିସ କନେଷ୍ଟବଳଙ୍କୁ ହତ୍ୟା କରି ଘର ପଛପଟେ ଲୁଚାଇଥିଲା ମୃତଦେହ, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ସୂଚନା

ପୋଲିସ-କନେଷ୍ଟବଳଙ୍କୁ-ହତ୍ୟା-କରି-ଘର-ପଛପଟେ-ଲୁଚାଇଥିଲା-ମୃତଦେହ,-ପୂର୍ବ-ଶତ୍ରୁତାକୁ-କେନ୍ଦ୍ରକରି-ହତ୍ୟାକାଣ୍ଡ-ସୂଚନା

ପୋଲିସ କନେଷ୍ଟବଳଙ୍କୁ ହତ୍ୟା କରି ଘର ପଛପଟେ ଲୁଚାଇଥିଲା ମୃତଦେହ, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ସୂଚନା

Published By: Ruby – Prameya-News7 Bureau | November 15, 2025 06:08 PM

NEWS7

Boudh

ବୌଦ୍ଧ୧୧କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ବୌଦ୍ଧ ଜିଲ୍ଲାର ପୋଲିସ କନେଷ୍ଟବଳଙ୍କୁ ହତ୍ୟା କରି ଘର ପଛପଟ ଲୁଚାଇଥିଲା ଦୁର୍ବୃତ୍ତ । ମୃତ କନେଷ୍ଟବଳ ଜଣକ ପୁରୁଣାକଟକ ଥାନା ବାଲିସାହି ଗାଁର ଉଦୟ ରଞ୍ଜନ ପଟ୍ଟନାୟକ । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ନେଇ ସୂଚନା ମିଳିଥିବା ବେଳେ କେଉଁ କାରଣରୁ ହତ୍ୟା କରାଯାଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

କନେଷ୍ଟବଳଙ୍କୁ ହତ୍ୟା କରିଥିବା ସନ୍ଦେହରେ ଘର ନିକଟରେ ଥିବା ଜଣେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ପୁରୁଣାକଟକ ପୋଲିସ । ସେପଟେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ପଥରରେ କନେଷ୍ଟବଳଙ୍କୁ ହତ୍ୟା କରିଥିବା ନେଇ ପ୍ରାଥମିକ ସୂତ୍ରରୁ ଜଣାପଡିଛି । ତେବେ କନେଷ୍ଟବଳ ଜଣକ ବୌଦ୍ଧ ଜିଲ୍ଲାର ହୋଇଥିବା ବେଳେ ସେ କନ୍ଧମାଳ ଜିଲ୍ଲାରେ ପୋଲିସ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ ହେଲେ କିଛି ଦିନ ହେବ ସେ ଛୁଟିରେ ନିଜ ଘରକୁ ଆସିଥିବା ଜଣାପଡିଛି । ସେପଟେ ସମସ୍ତ ଦିଗକୁ ତଦନ୍ତ କରୁଛି ପୋଲିସ ଯଥାଶୀଘ୍ର ହତ୍ୟାର ଅଭିଯୁକ୍ତ ଏବଂ ହତ୍ୟାର କାରଣ ସାମ୍ନାକୁ ଆସିବ ବୋଲି ପୋଲିସ ସୂଚନା ଦେଇଛି ।

Scroll to Top