ପୋଲିଓ ଟୀକା ନେଇ ଶିଶୁକନ୍ୟାର ମୃତ୍ୟୁ ଅଭିଯୋଗ, ଥାନାରେ ଏତଲା ଦେଲେ ପରିବାର ଲୋକ

ପୋଲିଓ-ଟୀକା-ନେଇ-ଶିଶୁକନ୍ୟାର-ମୃତ୍ୟୁ-ଅଭିଯୋଗ,-ଥାନାରେ-ଏତଲା-ଦେଲେ-ପରିବାର-ଲୋକ

ପୋଲିଓ ଟୀକା ନେଇ ଶିଶୁକନ୍ୟାର ମୃତ୍ୟୁ ଅଭିଯୋଗ, ଥାନାରେ ଏତଲା ଦେଲେ ପରିବାର ଲୋକ

Published By: Ruby – Prameya-News7 Bureau | November 04, 2025 12:45 PM

NEWS7

Basudevpur

ବାସୁଦେବପୁର ୪୧୧: ଟୀକା ନେଇ ଶିଶୁକନ୍ୟାର ମୃତ୍ୟୁ ଅଭିଯୋଗ । ଭଦ୍ରକ ଜିଲ୍ଲା ବାଲିମୁଣ୍ଡା ପଞ୍ଚାୟତ ନନ୍ଦପାଟଣାରେ ଶିଶୁକନ୍ୟାର ମୃତ୍ୟୁ ଅଭିଯୋଗ ହୋଇଛି । ସୋମବାର ଅଙ୍ଗନଓ୍ବାଡି କେନ୍ଦ୍ରରେ ଟୀକା ନେବା ପରେ ଅସୁସ୍ଥ ହୋଇପଡ଼ିଥିଲା ଶିଶୁ । ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁକୁ ମୃତ ଘୋଷଣା କରିଛନ୍ତି ଡାକ୍ତର

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନନ୍ଦପାଟଣା ଗ୍ରାମରେ ଅଘଟଣ । ଗାଁର ରାଜାରାମ ଜାନାଙ୍କ ୩ ମାସର ଶିଶୁ କନ୍ୟାର ପୋଲିଓ ଟୀକା ନେଇ ମୃତ୍ୟୁ ହୋଇଥିବା ଥାନାରେ ଅଭିଯୋଗ ହୋଇଛି ପରିବାର ଲୋକଙ୍କ କହିବା ଅନୁନାରେ, ସୋମବାର ଦିନ ୧୧ଟାରେ  ନନ୍ଦପାଟଣା ଅଙ୍ଗନଓ୍ବାଡି କେନ୍ଦ୍ରରେ ୩ ମାସିଆ ପୋଲିଓ ଟୀକା ନେଇଥିଲେ ସନ୍ଧ୍ୟାରେ ଶିଶୁଟିକୁ ସ୍ୱାଭାବିକ ଭାବେ ଜ୍ଵର ଆସିଥିଲା ରାଜଶ୍ରୀକୁ ତାର ମା’ କ୍ଷୀର ଖୁଆଇ ଶୁଆଇ ଦେଇଥିଲେ ସକାଳେ ଶିଶୁଟିର ନିଶ୍ୱାସ ଚାଲୁନଥିବା ଦେଖିବାକୁ ମିଳିଥଲା ।  ତୁରନ୍ତ ତାଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ

ସେପଟେ ପରିବାର ଲୋକ ଏହି ଘଟଣାକୁ ନେଇ ନାୟକାଣୀଡ଼ିହି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି 

Scroll to Top