ପୋରବନ୍ଦରରେ ଛିଡା ହୋଇଥିବା ଜାହାଜରେ ଲାଗିଛି ନିଆଁ, ବୋଝେଇ ହୋଇଛି ଚାଉଳ ଓ ଚିନି, #WATCH Video

ପୋରବନ୍ଦରରେ-ଛିଡା-ହୋଇଥିବା-ଜାହାଜରେ-ଲାଗିଛି-ନିଆଁ,-ବୋଝେଇ-ହୋଇଛି-ଚାଉଳ-ଓ-ଚିନି,-#watch-video

ପୋରବନ୍ଦର ୨୨।୯: ଗୁଜରାଟ ପୋରବନ୍ଦର ସୁଭାଷନଗର ଜେଟିରେ ଛିଡା ହୋଇଥିବା ଏକ ଜାହାଜରେ ନିଆଁ ଲାଗିଯାଇଛି। ଜାମନଗରସ୍ଥିତ ଏଚଆରଏମ ଆଣ୍ଡ ସନସ୍ ର ଏହି ଜାହାଜରେ ଚାଉଳ ଓ ଚିନି ବୋଝେଇ ହୋଇଛି। ଜାହାଜରେ ନିଆଁଲାଗିଥିବା ଜଣାପଡିବା ମାତ୍ରେ ତୁରନ୍ତ ଦମକଳ ବିଭାଗକୁ ସୂଚନା ଦିଆଯାଇଥିଲା। ଘଟଣାସ୍ଥଳକୁ ୩ଟି ଦମକଳ ପହଞ୍ଚିନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି।

ଜାହାଜରେ ନିଆଁ ଲାଗିଥିବାର ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଚାଉଳ ଲଦା ହୋଇଥିବା କାରଣରୁ ନିଆଁ ବିକରାଳ ରୂପ ଧାରଣ କରିଛି। ଏଣୁ ଜାହାଜକୁ ଜେଟିରୁ ସମୁଦ୍ର ମଝିକୁ ଟାଣି ନିଆ ଯାଇଛି। ଜାହାଜଟି ସୋମାଲିଆର ବସୋସା ଯାଉଥିଲା। ଦମକଳ ସହିତ ଆମ୍ବୁଲାନ୍ସ, ସ୍ଥାନୀୟ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚିଛନ୍ତି। କୁହାଯାଉଛି ଜାହାଜରେ ଥିବା ଜ୍ୱଳନଶୀଲ ପଦାର୍ଥ ଲାଗି ନିଆଁ ପ୍ରଖର ହେଉଛି। ଏଣୁ ଜାହାଜକୁ ଟାଣି ମଝି ସମୁଦ୍ରକୁ ନେଇ ନିଆଯାଇଛି। କୁହାଯାଉଛି ନିଆଁ ପ୍ରଥମେ ଜାହାଜର ଇଞ୍ଜିନ ରୁମରେ ଲାଗିଥିଲା।

ଏହି ଅଗ୍ନିକାଣ୍ଡରେ କେହି ହତାହତ ହୋଇଥିବାର ସୂଚନା ମିଳି ନାହିଁ। ଭାରତୀୟ କୋଷ୍ଟ ଗାର୍ଡ, ସ୍ଥାନୀୟ ଦମକଳ ବାହିନୀ ଓ ବନ୍ଦର କର୍ତ୍ତୃପକ୍ଷ  ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି। ଏହି ଅଗ୍ନିକାଣ୍ଡ ଯୋଗୁ କୋଟିକୋଟି ଟଙ୍କାର କ୍ଷତି ଅନୁମାନ କରାଯାଉଛି। ନିଆଁ ଆୟତ୍ତ ହେବା ପରେ ଲାଗିବାର କାରଣ ଯାଞ୍ଚ ହେବ ବୋଲି ଦମକଳ ବିଭାଗ ଅଧିକାରୀ କହିଛନ୍ତି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ଜାହାଜରେ ନିଆଁ ଜଳୁଥିଲା।

#WATCH | Gujarat | A ship anchored at Porbandar Subhashnagar Jetty caught fire.

The ship, which belongs to Jamnagar-based HRM & Sons, loaded with rice and sugar, caught fire, and three fire brigade vehicles arrived at the scene. The ship was towed to the middle of the sea as the… pic.twitter.com/30qIN02cv7

— ANI (@ANI) September 22, 2025

Scroll to Top