ପୋଖରୀରେ ଭାସୁଛି ଶହ ଶହ ମଲା ମାଛ, କେହି ବିଷ ପକାଇ ଦେଇଥିବା ଆଶଙ୍କା
Published By: Kirti – Prameya-News7 Bureau | March 04, 2026 10:03 AM
NEWS7
ଢେଙ୍କାନାଳ ୦୪।୦୩ : ପୋଖରୀରେ ଭାସୁଛି ମଲା ମାଛ । ଢେଙ୍କାନାଳ ସହର ଜେଲ୍ ପୋଖରୀରେ ଅନେକ ମାଛ ଭାସୁଥିବାର ଦେଖିବାକୁ ମିଳିଛି । ସେପଟେ ପୋଖରୀରେ କେହି ବିଷ ପକାଇ ଦେଇଥିବା ସନ୍ଦେହରେ ଜଗି ରହିଛି ପୋଲିସ ।
ଖବର ଅନୁଯାୟୀ, ଢେଙ୍କାନାଳ ସହରର ଜେଲ୍ ପୋଖରୀରେ ବୁଧବାର ସକାଳୁ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ପୋଖରୀରେ ହଜାର ହଜାର ସଂଖ୍ୟାରେ ମାଛ ପୋଖରୀରେ ଭାସୁଥିବାର ଦେଖିବାକୁ ମିଳିଛି । ତେବେ ମାଛ ମୃତ୍ୟୁର କାରଣ ସ୍ପଷ୍ଟ ଭାବେ ଜଣାପଡିନାହିଁ । କେବି ବିଷ କିମ୍ବା କିଛି ରାସାୟନିକ ପଦାର୍ଥ ପକାଇ ଦେଇଥିବା ସନ୍ଦେହ କରାଯାଇଛି । ଯାହାର ପରିଣତିରେ ଏପରି ହୋଇଥିବା ଜଣାପଡିଛି ।
ଅନ୍ୟପଟେ ମାଛ ନେବା ପାଇଁ ପୋଖରୀରେ ଲୋକମାନଙ୍କ ଭିଡ଼ ଦେଖିବାକୁ ମିଳିଛି । ତେଣୁ କୌଣସି ଅଘଟଣ ଆଶଙ୍କା ନେଇ ପୋଲିସ ପକ୍ଷରୁ ପୋଖରୀ ଚାରିପଟେ ଜଗି ରହିଛି । ଟାଉନ ଥାନା ପୋଲିସ ପକ୍ଷରୁ ମଧ୍ୟ ଫରେନସିକ୍ ଟିମ୍ ସହିତ ଯୋଗାଯୋଗ କରାଯାଇଛି ।




