ପେଣ୍ଟିଂ ହେଲିକପ୍ଟର ଉପରେ ଇସ୍ରାଏଲର ବୋମାମାଡ଼ ଇଣ୍ଟର ନେଟ୍ ରେଭାଇରାଲ, ଶତ୍ରୁଙ୍କୁ ଚକମା ଦେଉଛି କି ଇରାନ?

ପେଣ୍ଟିଂ-ହେଲିକପ୍ଟର-ଉପରେ-ଇସ୍ରାଏଲର-ବୋମାମାଡ଼-ଇଣ୍ଟର-ନେଟ୍-ରେଭାଇରାଲ,-ଶତ୍ରୁଙ୍କୁ-ଚକମା-ଦେଉଛି-କି-ଇରାନ?

ଜେରୁଜେଲମ୬।୩: ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) ଦ୍ୱାରା ପୋଷ୍ଟ କରାଯାଇଥିବା ଏକ ଆକ୍ରମଣର ଭିଡିଓ ଏବେ ଇଣ୍ଟରନେଟରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଥିରେ ଇରାନ ଉପରେ ଜାରି ଆକ୍ରମଣରେ ଇସ୍ରାଏଲ ଏକ ଏମଆଇ-୧୭ ହେଲିକପ୍ଟକୁ ଟାର୍ଗେଟ୍ କରିଥିବାର ଦେଖାଯାଉଛି। ତେବେ ୟୁଜରଙ୍କ ଦାବି ହେଉଛି ଇସ୍ରାଏଲ ଫୋର୍ସ ଅସଲି ହେଲିକପ୍ଟର ବଦଳେ ଏକ ଚିତ୍ରିତ ନକଲୀ ହେଲିକପ୍ଟରକୁ ଟାର୍ଗେଟ କରିଛି। ଇନଫ୍ରାରେଡ ଫୁଟେଜ ଯାହା ସବୁ ବେଳ ଭଳି ଧୁଆଁଳିଆ ସେଥିରେ ହେଲିକପ୍ଟରର ଡେଣା ପୂର୍ବରୁ ଯେପରି ଦେଖାଯାଉଥିଲା ବିସ୍ଫୋରଣ ପରେ ବି ସେମିତି ଦେଖା ଯାଉଛି ବୋଲି ୟୁଜର ଉଲ୍ଲେଖ କରୁଛନ୍ତି।

ସ୍ଥାନୀୟ ଇରାନୀ ଗଣମାଧ୍ୟମର କିଛି ରିପୋର୍ଟରେ ଇରାନ ମାଟି ଉପରେ କିଛି ହେଲିକପ୍ଟର ଚିତ୍ର ତିଆରି ଇସ୍ରାଏଲୀ ସେନାକୁ ସଫଳତା ପୂର୍ବକ ଚକମା ଦେଇଥିବା ଉଲ୍ଲେଖ କରିଛନ୍ତି। ତେବେ ଆଇଡିଏଫ ଏହି ସବୁ ଦାବିକୁ ନେଇ କୌଣସି ପ୍ରତିକ୍ରିୟା ଦେଇ ନାହିଁ। ଏଥି ପାଇଁ ଇଣ୍ଟରନେଟ୍ ରେ ଇସ୍ରାଏଲର ଆକ୍ରମଣକୁ ନେଇ ଏପର୍ଯ୍ୟନ୍ତ ଚର୍ଚ୍ଚା ଜାରି ରହିଛି। ଏହି ପୋଷ୍ଟ ଏବେବି ଆଇଡିଏଫ ହ୍ୟାଣ୍ଡେଲରେ ରହିଛି। ସୋସିଆଲ ମିଡିଆ ୟୁଜର ଇସ୍ରାଏଲୀ ସେନାର ସମାଲୋଚନା କରି ଛଦ୍ମ ଲକ୍ଷ୍ୟ ଉପରେ ଆକ୍ରମଣ କରିବା ଯୋଗୁ ସେମାନଙ୍କର ଲକ୍ଷଲକ୍ଷ ଡଲାର କ୍ଷତି ହେଉଥିବା କୁହାଯାଇଛି।

חיל האוויר ממשיך לפגוע ביכולות האוויריות של המשטר האיראני: סוכלו חיילים איראנים שהפעילו מערכות הגנה אווירית נגד מטוסי חיל האוויר pic.twitter.com/f6hg6FV5at

— צבא ההגנה לישראל (@idfonline) March 4, 2026

ଏକ ଇସ୍ରାଏଲୀ ମିଜାଇଲର ମୂଲ୍ୟ ପାଖାପାଖି ୩ ମିଲିୟନ ଡଲାର। ତେବେ ଏକ ସାମୂଦାୟିକ ଟିପ୍ପଣୀରେ କୁହାଯାଇଛି ଯେ ଏଠାରେ ଦେଖା ଯାଉଥିବା ଥର୍ମାଲ ସିଗ୍ନେଚର ଯେଉଁଥିରେ ଶିତଳ ଛାଇ ମଧ୍ୟ ରହିଛି ତାକୁ ପେଣ୍ଟିଂରେ ନକଲ କରିବା ପାଖାପାଖି ଅସମ୍ଭବ। ଏଣୁ ଇସ୍ରାଏଲ ତାର ଠିକ ଟାର୍ଗେଟ୍ ହାସଲ କରିଥିବା କେତେକ ୟୁଜର ଲେଖୁଛନ୍ତି। ତେବେ ଏହା ଉପରେ ଆଇଡିଏଫ କୌଣସି ପ୍ରତିକ୍ରିୟା ରଖି ନାହିଁ। ଗତ ଶନିବାର ଆମେରିକା ଓ ଇସ୍ରାଏଲ ମିଳିତ ଇରାନ ଉପରେ ଆକ୍ରମଣ ଆରମ୍ଭ କରିଥିଲେ। ସେବେଠାରୁ ଏହି ଯୁଦ୍ଧ ଏପର୍ଯ୍ୟନ୍ତ ୭ ଦିନ ହେଲା ଜାରିଥିବା ବେଳେ ଇରାନ ପଛକୁ ହଟିବାର ନାଁ ନେଉନି।

ଶୁକ୍ରବାର ଇସ୍ରାଏଲ ଲେବାନନ ଓ ତେହେରାନ ଉପରେ ବିମାନ ଆକ୍ରମଣ କରିଛି। ସେହିପରି ଏହି ସମୟରେ ଆମେରିକା ସମୁଦ୍ରରେ ଇରାନର ଏକ ଡ୍ରୋନ ବାହୀ ପୋତ ଉପରେ ଆକ୍ରମଣ କରିଥିବାର ମଧ୍ୟ ଖବର ଆସୁଛି। ହେଲେ ଇରାନ ପକ୍ଷରୁ ଏ ପର୍ଯ୍ୟନ୍ତ ପ୍ରସଙ୍ଗରେ କୌଣସି ସ୍ପଷ୍ଟିକରଣ ଜାରି କରି ନାହିଁ। ହେଲେ ହୀନ୍ଦ ମହାସାଗରରେ ଆମେରିକା ବୁଡାଇ ଦେଇଥିବା ଇରାନ ଯୁଦ୍ଧ ଜାହାଜକୁ ନେଇ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।

Scroll to Top