ନୂଆଦିଲ୍ଲୀ: କ୍ରିକେଟ୍ ମଇଦାନରେ ପୂର୍ବତନ ଭାରତୀୟ କ୍ରିକେଟର ଆରପି ସିଂଙ୍କ ପୁଅଙ୍କ କମାଲ। ଇଂଲଣ୍ଡ ମାଟିରେ ଗର୍ଜି ଉଠିଛି ତାଙ୍କ ବ୍ୟାଟ୍। ଲାଙ୍କାସାୟରର ଷ୍ଟାର ହ୍ୟାରି ସିଂ ଶୁକ୍ରବାର କାଉଣ୍ଟି ଓ୍ଵାନଡେ କପ୍ରେ ନିଜର ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି। ହେଲେ ତାଙ୍କର ଅର୍ଦ୍ଧଶତକ ଦଳକୁ ପରାଜୟରୁ ରକ୍ଷା କରି ପାରିନି। ହ୍ୟାରିଙ୍କ ବାପା ଆରପି ସିଂ ୧୯୮୦ ଦଶନ୍ଧିରେ ଭାରତ ପାଇଁ ଦୁଇଟି ଦିନିକିଆ ମ୍ୟାଚ୍ ଖେଳିଥିଲେ। ଆଉ ବାପାଙ୍କ ମାର୍ଗରେ ଚାଲିଛନ୍ତି ପୁଅ।
ପ୍ରଥମେ ବ୍ୟାଟିଂ କରିଥିବା ଲାଙ୍କାସାୟର ଦଳ ପକ୍ଷରୁ ମାଇକେଲ୍ ଜୋନ୍ସ ଏବଂ ଓ୍ଵିକେଟ୍ କିପର ଜର୍ଜ ବେଲ୍ ପ୍ରଥମ ଓ୍ଵିକେଟ୍ ପାଇଁ ୧୫୭ ରନର ଭା୍ଗିଦାରୀ ଯୋଡ଼ିଥିଲେ। ହେଲେ ଲାଙ୍କାସାୟର ଶୀଘ୍ର ଓ୍ଵିକେଟ୍ ହରାଇବାରୁ ସ୍କୋର ୧୮୬/୩ରେ ପହଞ୍ଚିଥିଲା। ଏହା ପରେ ଅଧିନାୟକ ମାର୍କସ ହ୍ୟାରିସ ଓ ହ୍ୟାରି ଚତୁର୍ଥ ଓ୍ଵିକେଟ୍ ପାଇଁ ୫୧ ରନ ଯୋଡ଼ିଥିଲେ। ହ୍ୟାରିସ ଆଉଟ୍ ହେବା ପରେ ହ୍ୟାରି ଓ ଜର୍ଜ ବାଲଡରସନ ପଞ୍ଚମ ଓ୍ଵିକେଟ୍ ପାଇଁ ୪୭ ରନ ଯୋଡ଼ିଥିଲେ।
— Lancashire Cricket (@lancscricket) August 15, 2025
ଯେତେବେଳେ ଲାଙ୍କାସାୟରର ସ୍କୋର ୨୮୪/୬ରେ ଥିଲା, ସେହି ସମୟରେ ହ୍ୟାରୀ ଓଲି ସଟନଙ୍କ ସହ ସପ୍ତମ ଓ୍ଵିକେଟ୍ ପାଇଁ ୩୦ ରନ ଯୋଡ଼ିଥିଲେ। ଏହା ପୂର୍ବରୁ ସେ ୬୪ ବଲରୁ ୫ ଚୌକା ଓ ଚାରି ଛକା ସହ ୭୧ ରନର ଦମଦାର ଇନିଂସ ଖେଳିଥିଲେ। ତେବେ ଲାଙ୍କାସାୟାର ଦ୍ଵାରା ୩୩୯ ରନର ବିଜୟ ଲକ୍ଷ୍ୟକୁ ସସେକ୍ସ ସଫଳତାର ସହ ପିଛା କରିଛି।
୨୦୨୪ରେ ଓ୍ଵାନଡେ କପରେ ଡେବ୍ୟୁ କରିଥିବା ହ୍ୟାରି ଏହା ପୂର୍ବରୁ ୯ଟି ଇନିଂସ ଖେଳି ସର୍ବଶ୍ରେଷ୍ଠ ସ୍କୋର ଥିଲା ୩୩ ରନ। ତେବେ ଆଜିର ମ୍ୟାଚ୍ରେ ସେ ଚମତ୍କାର ୭୪ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ତାଙ୍କ ପିତା ରୁଦ୍ର ପ୍ରତାପ ସିଂ ୧୯୮୬ରେ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇଟି ଦିନିକିଆ ମ୍ୟାଚ୍ରେ କପିଲ ଦେବଙ୍କ ସହ ବୋଲିଂ କରିଥିଲେ। ହ୍ୟାରିଙ୍କ ଭଉଣୀ ଅଞ୍ଜଳି ମଧ୍ୟ ଲାଙ୍କାସାୟର ପାଇଁ ଟି-୨୦ ମ୍ୟାଚ୍ ଖେଳି ସାରିଛନ୍ତି। ସେ ଲିଷ୍ଟ ଏ କ୍ରିକେଟରେ କୁମ୍ବ୍ରିୟାର ପ୍ରତିନିଧିତ୍ଵ କରି ସାରିଛନ୍ତି।




