ପୁଣେରେ ଭୀଷଣ ସଡ଼କ ଦୁର୍ଘଟଣା, ନବେଲ ବ୍ରିଜରେ ଅନ୍ୟ ବାହନଙ୍କ ଉପରେ ମାଡିଗଲା କଣ୍ଟୈନର, ୬ ମୃତ

ପୁଣେରେ-ଭୀଷଣ-ସଡ଼କ-ଦୁର୍ଘଟଣା,-ନବେଲ-ବ୍ରିଜରେ-ଅନ୍ୟ-ବାହନଙ୍କ-ଉପରେ-ମାଡିଗଲା-କଣ୍ଟୈନର,-୬-ମୃତ

ପୁଣେରେ ଭୀଷଣ ସଡ଼କ ଦୁର୍ଘଟଣା, ନବେଲ ବ୍ରିଜରେ ଅନ୍ୟ ବାହନଙ୍କ ଉପରେ ମାଡିଗଲା କଣ୍ଟୈନର, ୬ ମୃତ

Published By: Biswanath – Prameya-News7 Bureau | November 13, 2025 10:18 PM

NEWS7

Accident

ପୁଣେ ୧୩।୧୧: ପୁଣେରେ ଗୁରୁବାର ସନ୍ଧ୍ୟାରେ ଏକ ଭୀଷଣ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅନିୟନ୍ତ୍ରିତ କଣ୍ଟୈନର ଟ୍ରକ ଅନେକ ବାହନଙ୍କୁ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ପୁଣେ-ବେଙ୍ଗାଲୁର ଜାତୀୟ ରାଜମାର୍ଗ (ଏନଏଚ୍)ରେ ଥିବା ନବେଲ ବ୍ରିଜ ଉପରେ ଏହି ସିରିଜ୍ ଦୁର୍ଘଟଣା ଘଟିଛି। କଣ୍ଟୈନର ଟ୍ରକ୍ ଧକ୍କାରେ ୨-୩ଟି ଭାରି ବାହନରେ ନିଆଁ ଲାଗିଯିବା ଯୋଗୁ ପରିସ୍ଥିତି ଉଦବେଗଜନକ ହୋଇଥିଲା। ପୁଣେ ସିଟି ପୋଲିସ ଜୋନ-୩ର ଡିସିପି ସମ୍ଭାଜୀ କଦମ ଦୁର୍ଘଟଣା ପରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚଳାଯାଇଥିବା କହିଛନ୍ତି।

#WATCH | Maharashtra | At least six people were killed after a container truck lost control and rammed into multiple vehicles near Navale Bridge on the Pune-Bengaluru Highway. Following the collision, 2–3 heavy vehicles caught fire. Rescue operations are underway: DCP Sambhaji… pic.twitter.com/l7W6qFuQLK

— ANI (@ANI) November 13, 2025

ତେବେ ପୁଣେ ପୂର୍ବରୁ ନାସିକ ସହରରେ ଗତ ବିଳମ୍ବିତ ରାତ୍ରିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଏକ ଦ୍ରୁତଗାମୀ ଏସୟୁଭିର ଟାୟାର ଫାଟିଯିବା ଯୋଗୁ ଗାଡି ଅନିୟନ୍ତ୍ରିତ ହୋଇ ଡିଭାଇଡର ରେ ବାଡେଇ ହୋଇ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଛି। ତେବେ ଏସୟୁଭିରେ ଯାତ୍ରା କରୁଥିବା ଅନ୍ୟ ୫ ଜଣ ଆହତ ହୋଇଛନ୍ତି। ପୋଲିସ ଅନୁସାରେ ନାସିକ ସେଣ୍ଟ୍ରାଲ ବସ ଷ୍ଟାଣ୍ଡ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଏସୟୁଭିରେ ବସିଥିବା ୬ ଜଣ ବନ୍ଧୁ ଗଙ୍ଗାପୁର ରୋଡର ଏକ ହୋଟେଲରେ ସାଙ୍ଗର ଜନ୍ମଦିନ ପାଳନ କରି ଫେରିବା ବେଳେ ସେମାନେ ଦୁର୍ଘଟଣାର ଶିକାର ହୋଇଛନ୍ତି।

Scroll to Top