ପୁଣେରେ ପ୍ରବାସୀ ଓଡ଼ିଆଙ୍କ ଜନ୍ମାଷ୍ଟମୀ ଉତ୍ସବ ପାଳନ
Published By : Prameya-News7 Bureau | August 16, 2025 IST

ପୁଣେ: ଜନମାଷ୍ଟମୀ ହେଉଛି ଭକ୍ତି, ନମ୍ରତା ଏବଂ ଧାର୍ମିକତାର ଏକ ଉତ୍ସବ। ଏହାର ବିବିଧ ପରମ୍ପରା ଏବଂ ରୀତିନୀତି ମାଧ୍ୟମରେ ଆଧ୍ୟାତ୍ମିକ ମୂଲ୍ୟବୋଧକୁ ପହଞ୍ଚାଇଥାଏ |ଏହି ଉତ୍ସବ ଲୋକମାନଙ୍କୁ ଏକତ୍ରିତ କରି ଭାରତର ସମୃଦ୍ଧ ସଂସ୍କୃତିକୁ ଭଗବାନ କୃଷ୍ଣଙ୍କ ଜୀବନର ଅବିସ୍ମରଣୀୟ ବାର୍ତ୍ତା ପ୍ରଦର୍ଶନ କରିଥାଏ। ଅଗଷ୍ଟ ୧୫ ତାରିଖରେ ନୀଳାଞ୍ଚଳ ମିତ୍ର ମଣ୍ଡଳ ଆନୁକୂଲ୍ୟରେ ମହେଶ ଦାଦା ସ୍ପୋର୍ଟସ ଫାଉଣ୍ଡେସନ, ମହାରାଷ୍ଟ୍ର ର ଭୋଷରୀ ଠାରେ ପାଞ୍ଚ ହଜାର ଓଡ଼ିଆ ଲୋକଙ୍କ ଦ୍ବାରା ଧୁମ୍ ଧାମ ରେ ପାଳନ କରାଯାଇ ଥିଲା ଜନ୍ମାଷ୍ଟମୀ ଉତ୍ସବ।
ଏଥିରେ ପଶ୍ଚିମ ଓଡ଼ିଶା କୀର୍ତ୍ତନକାର ଦଳ ମା ମାହେଶ୍ଵରୀ ସଂକୀର୍ତ୍ତନ ମଣ୍ଡଳୀ ବରଗଡ଼ ଜିଲ୍ଲା ସୋହେଲା ବୁଡ଼ାମାଲର ଗାୟିକା ନୀକିତା, ସରିତା ବେହେରାଙ୍କ ଗୀତ, ବାଦ୍ୟ ତାଳର ମିଶ୍ରଣରେ ଭକ୍ତ ମାନ ଭବବିହ୍ୱଳ ହୋଇ ଯାଇ ଥିଲେ। ଦୀର୍ଘ ଆଠ ବର୍ଷ ହେଲା ନୀଳାଞ୍ଚଳର ସଭ୍ୟ ମାନେ ଏଭଳି କୃଷ୍ଣ ଜନ୍ମାଷ୍ଟମୀ ପାଳନ କରି ଆସୁଛନ୍ତି। ତେବେ ଚଳିତ ଥର ମଧ୍ୟ ବେଶ ଆଡମ୍ବରରେ ପାଳିତ ହୋଇଛି ଉତ୍ସବ।
ସମ୍ବନ୍ଧିତ ଖବର







