ପୁଣି ଦୁର୍ଘଟଣା ଘଟାଇଲା ‘ଆମ ବସ୍’, ଜନପଥରେ ବାଇକ୍କୁ ଧକ୍କା ଦେଲା
Published By: Ruby – Prameya-News7 Bureau | January 23, 2026 03:22 PM
NEWS7
ଭୁବନେଶ୍ବର ୨୩।୧: ଭୁବନେଶ୍ବର ଜନପଥରେ ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍ । ବାଇକ୍କୁ ଧକ୍କା ଦେଲା ଆମ ବସ୍ । ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକଙ୍କ ଆମ ବସ୍ ଭଙ୍ଗାରୁଜା କରିଛନ୍ତି । ୩ଟା ଆମ ବସ୍ ଭାଙ୍ଗିଦେଲେ ଉତ୍ତ୍ୟକ୍ତ ଲୋକେ । ଦୁର୍ଘଟଣା ଘଟାଇଥିବା ଆମ ବସ୍ ସହ ଆଉ ୨ଟି ଆମ ବସ୍ ଭାଙ୍ଗିଦେଲେ ଲୋକେ । ଏହା ଦେଖି ଆମ ବସ୍ ଛାଡ଼ି ପଳାଇଲେ ଡ୍ରାଇଭର ଓ କଣ୍ଡକ୍ଟର । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଛି ।
Tags: prameyanews7




